ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଚୀନରେ କରୋନା ସ୍ଥିତି ସଙ୍ଗୀନ, ସାଂଘାଇରେ ପୁଣି ଫେରିଲା ଲକଡାଉନ

0

ମହାମାରୀ କରୋନାର ପ୍ରକୋପ ଏବେ ବି କମିନାହିଁ । କରୋନା ସଂକ୍ରମଣ ପୁଣି ଥରେ ଚୀନରେ ଚିନ୍ତା ବଢାଇଦେଇଛି । ଚୀନର ସାଂଘାଇରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଚୀନର ସବୁଠୁ ବଡ଼ ସହର ସାଂଘାଇରେ ପୁଣି ଥରେ ଲକଡାଉନ ଫେରିଛି । ସାଂଘାଇର ପୁଡୋଙ୍ଗ ଓ ଆଖପାଖ ଅଂଚଳରେ ସୋମବାରରୁ ଶୁକ୍ରବାର ଯାଏ ଲକଡାଉନ ଲାଗୁ କରାଯାଇଛି ।

ସାଂଘାଇର ସ୍ଥାନୀୟ ପ୍ରଶାସନଙ୍କ ସୂଚନା ଅନୁସାରେ, ହୁଆଙ୍ଗପୁ ନଦୀର ପଶ୍ଚିମ ପାଶ୍ୱରେ ଥିବା ଡାଉନ ଟାଉନ ଅଂଚଳରେ ଲକଡାଉନ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଲୋକଙ୍କୁ ଅପିଲ କରାଯାଇଛି ଯେ, ସେମାନେ ନିଜ ଘରେ ରୁହନ୍ତୁ । ଅତି ଜରୁରୀ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ।ଖାଦ୍ୟ ଓ ପାନୀୟ ସାମଗ୍ରୀ ପାଇଁ ଅନଲାଇନ ଅର୍ଡର କରନ୍ତୁ ।

ସରକାରୀ ନିର୍ଦ୍ଦେଶରେ କୁହାଯାଇଛି ଯେ, ଆବଶ୍ୟକୀୟ ଅଫିସ ବ୍ୟତୀତ ଅନ୍ୟ ସମସ୍ତ ଅଫିସକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୬ ମିଲିୟନ ଜନସଂଖ୍ୟା ବିଶିଷ୍ଟ ସହରରେ ଅନେକ କ୍ଷେତ୍ର ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ କୋଭିଡ ଯାଞ୍ଚ ପାଇଁ ବୁଥ କରାଯାଇଛି । ଲକଡାଉନ ଯୋଗୁଁ ସାଂଘାଇ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡିଛି । କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏହାକୁ ନିୟନ୍ତ୍ରଣ ବିଭିନ୍ନ କଟକଣା ଲାଗୁ କରାଯାଇଛି । ସେଥିପାଇଁ ବିଭନ୍ନ ସହରରେ ଲକଡାଉନ ଲାଗୁ କରାଯାଇଛି ।

Leave A Reply

Your email address will not be published.