ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ତୈଳ ଦରରେ ଲାଗୁନି ବ୍ରେକ୍‌, ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦର

0

ତୈଳ ଦରରେ ଲାଗୁନି ବ୍ରେକ । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଲଗାତର ଭାବେ ଆଠ ଦିନରେ ସପ୍ତମ ଥର ପାଇଁ ତୈଳ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୧୦୦ ଟପିଛି । ଆଜି ସକାଳୁ ଦିଲ୍ଲୀରେ ପେଟ୍ରୋଲ ଦର ୮୦ ପଇସା ଓ ଡିଜେଲ ଲିଟର ପିଛା ୭୦ ପଇସା ମହଙ୍ଗା ହୋଇଛି । ଓଡିଶାରେ ମଧ୍ୟ ପେଟ୍ରୋଲ ୧୦୭ ଟଙ୍କା ଟପିଥିବା ବେଳେ ଡିଜେଲ ୯୬ ଟଙ୍କା ଉପରେ ରହିଛି । ମାର୍ଚ୍ଚ ୨୨ ତାରିଖରୁ କ୍ରମାଗତ ଭାବେ ଦେଶରେ ତୈଳ ଦର ବୃଦ୍ଧି ପାଉଛି । ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୈଳ ଦର ଲଗାତର ବଢିବାରେ ଲାଗିଛି । ଅଧିକାଂଶ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟପିଥିବା ବେଳେ କିଛି ସ୍ଥାନରେ ୧୧୪ ଟଙ୍କା ଟପିଛି । ମଧ୍ୟପ୍ରଦେଶ ବାଲାଘାଟରେ ପେଟ୍ରୋଲ ଦର ୧୧୪ ଟଙ୍କା ୭୮ ପଇସା ରହିଛି । ଅନ୍ତର୍ଜାତୀୟ ବଜାରେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୩୦ ଡଲାରରୁ ୧୦୩ ଡଲାରକୁ ଖସିଆସିଛି । କିନ୍ତୁ ଏହା ମଧ୍ୟରେ ଜାତୀୟ ବଜାରେ ପେଟ୍ରୋଲ ଓ ଡିଜେଲର ଦର ଏକ ଲମ୍ବା ଡିଆଁ ମାରିଛି। ଆସନ୍ତୁ ଜାଣିବା କେଉଁଠି କେତେ ତୈଳ ଦର?
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୦.୨୧ ୯୧.୪୭
ମୁମ୍ବାଇ ୧୧୫.୦୪ ୯୯.୨୫
କୋଲକାତା ୧୦୯.୬୮ ୯୪.୬୨
ଚେନ୍ନାଇ ୧୦୫.୯୪ ୯୬.୦୦

Leave A Reply

Your email address will not be published.