ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ

0

ଆଜି ଭାରତ ବନ୍ଦର ଦ୍ୱିତୀୟ ଦିନ । ପ୍ରଥମ ଦିନରେ ବନ୍ଦର ବିଶେଷ ପ୍ରଭାବ ପଡିନଥିବା ବେଳେ କିଛି ସ୍ଥାନରେ ବନ୍ଦର ପ୍ରଭାବ ଦେଖାଦେଇଥିଲା । ଦ୍ୱିତୀୟ ଦିନର ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟ ସଂଗଠନ । ଆଜି ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ବ୍ୟାଙ୍କ ସହ ବୀମା କମ୍ପାନୀ ଗୁଡିକ ବନ୍ଦ ଥିବା ବେଳେ ପରିବହନ ସେବା ବାଧାପ୍ରାପ୍ତ ହୋଇଛି ।

ପ୍ରଥମ ଦିନରେ ଭୁବନେଶ୍ୱରରେ କିଛି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ରେଳ ଷ୍ଟେସନରେ ରେଳ ରୋକ କରିଥିଲେ ଆନ୍ଦୋଳନକାରୀ । ବସକୁ କିଛି ସମୟ ପାଇଁ ଅଟକାଇଥିଲେ । ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପିକେଟିଂ କରି ବିଭିନ୍ନ ବ୍ୟାଙ୍କ ଶାଖା ବନ୍ଦ କରିବା ସହ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଦ୍ୱିତୀୟ ଦିନରେ ଭାରତ ବନ୍ଦ ପାଳନ ଚାଲିଛି । ଟ୍ରେଡ ୟୁନିୟନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ଆଇନ ସଂଶୋଧନ, ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ଯୋଜନା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

Leave A Reply

Your email address will not be published.