ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ

0

ଆଜି ଭାରତ ବନ୍ଦର ଦ୍ୱିତୀୟ ଦିନ । ପ୍ରଥମ ଦିନରେ ବନ୍ଦର ବିଶେଷ ପ୍ରଭାବ ପଡିନଥିବା ବେଳେ କିଛି ସ୍ଥାନରେ ବନ୍ଦର ପ୍ରଭାବ ଦେଖାଦେଇଥିଲା । ଦ୍ୱିତୀୟ ଦିନର ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟ ସଂଗଠନ । ଆଜି ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ବ୍ୟାଙ୍କ ସହ ବୀମା କମ୍ପାନୀ ଗୁଡିକ ବନ୍ଦ ଥିବା ବେଳେ ପରିବହନ ସେବା ବାଧାପ୍ରାପ୍ତ ହୋଇଛି ।

ପ୍ରଥମ ଦିନରେ ଭୁବନେଶ୍ୱରରେ କିଛି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ରେଳ ଷ୍ଟେସନରେ ରେଳ ରୋକ କରିଥିଲେ ଆନ୍ଦୋଳନକାରୀ । ବସକୁ କିଛି ସମୟ ପାଇଁ ଅଟକାଇଥିଲେ । ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପିକେଟିଂ କରି ବିଭିନ୍ନ ବ୍ୟାଙ୍କ ଶାଖା ବନ୍ଦ କରିବା ସହ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଦ୍ୱିତୀୟ ଦିନରେ ଭାରତ ବନ୍ଦ ପାଳନ ଚାଲିଛି । ଟ୍ରେଡ ୟୁନିୟନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ଆଇନ ସଂଶୋଧନ, ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ଯୋଜନା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

Leave A Reply

Your email address will not be published.