ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଆଜିଠୁ ରିମାଣ୍ଡରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତ, ସତ ଉଗାଳିବ କ୍ରାଇମବ୍ରାଞ୍ଚ

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଲିପାରେ ଗୁମର । ପଦାକୁ ଆସିପାରେ ହତ୍ୟାକାଣ୍ଡ ପଛର ଥିବା ସତ । ଆଜିଠୁ ମାମଲାର ମୁଖ୍ୟ ଅଭିଯୁକ୍ତ କୁହଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସମେତ ନିରଞ୍ଜନ ସେଠୀ, ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକ ଓ ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

ଏକ ମେମୋରି ଚିପ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ଆଣି ଏହି ଚିପ୍ ନେଇ ପଚରାଉଚରା କରିବ । ଚିପ୍‌ରେ କଣ ଥିଲା, ମାନସକୁ କାହିଁକି ଓ କେମିତି ହତ୍ୟା କଲେ ସେ ସବୁର ସତ ବାହାର କରିବାକୁ ଉଦ୍ୟମ କରିବ କ୍ରାଇମବ୍ରାଞ୍ଚ । ଦୀର୍ଘଦିନର ଲୁଚକାଳି ଖେଳ ପରେ ଗତକାଲି ଶର୍ମଷ୍ଠା ଓ ତାଙ୍କ ସହ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଥିଲା । କୋଲକତାରୁ ବସ ଯୋଗେ ଭୁବନେଶ୍ୱର ଆସୁଥିବା ଖବର ପାଇ ଗତରାତିରୁ କ୍ରାଇମବ୍ରାଞ୍ଚ ର ଦୁଇଟି ଟିମ୍ ଓ ଭଦ୍ରକ ପୁଲିସର ୪ଟି ଟିମ ଜାଲ ବିଛାଇଥିଲେ । ୩ଟି ପୁଲିସ ଭ୍ୟାନ ବସକୁ ପିଛା କରିବା ପରେ ଚାନ୍ଦବାଲି ନଳାଙ୍ଗରେ ଉଭୟଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.