ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆଜିଠୁ ରିମାଣ୍ଡରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତ, ସତ ଉଗାଳିବ କ୍ରାଇମବ୍ରାଞ୍ଚ

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଲିପାରେ ଗୁମର । ପଦାକୁ ଆସିପାରେ ହତ୍ୟାକାଣ୍ଡ ପଛର ଥିବା ସତ । ଆଜିଠୁ ମାମଲାର ମୁଖ୍ୟ ଅଭିଯୁକ୍ତ କୁହଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସମେତ ନିରଞ୍ଜନ ସେଠୀ, ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକ ଓ ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

ଏକ ମେମୋରି ଚିପ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ଆଣି ଏହି ଚିପ୍ ନେଇ ପଚରାଉଚରା କରିବ । ଚିପ୍‌ରେ କଣ ଥିଲା, ମାନସକୁ କାହିଁକି ଓ କେମିତି ହତ୍ୟା କଲେ ସେ ସବୁର ସତ ବାହାର କରିବାକୁ ଉଦ୍ୟମ କରିବ କ୍ରାଇମବ୍ରାଞ୍ଚ । ଦୀର୍ଘଦିନର ଲୁଚକାଳି ଖେଳ ପରେ ଗତକାଲି ଶର୍ମଷ୍ଠା ଓ ତାଙ୍କ ସହ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଥିଲା । କୋଲକତାରୁ ବସ ଯୋଗେ ଭୁବନେଶ୍ୱର ଆସୁଥିବା ଖବର ପାଇ ଗତରାତିରୁ କ୍ରାଇମବ୍ରାଞ୍ଚ ର ଦୁଇଟି ଟିମ୍ ଓ ଭଦ୍ରକ ପୁଲିସର ୪ଟି ଟିମ ଜାଲ ବିଛାଇଥିଲେ । ୩ଟି ପୁଲିସ ଭ୍ୟାନ ବସକୁ ପିଛା କରିବା ପରେ ଚାନ୍ଦବାଲି ନଳାଙ୍ଗରେ ଉଭୟଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.