ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଦ୍ୱିତୀୟ ବିବାହ କରିବେ ଆଇଏଏସ ଟପ୍ପର ଟିନା ଡାବି..ଜାଣନ୍ତୁ କାହାକୁ କରିବେ ବିବାହ?

0

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଆଇଏଏସ ଟପ୍ପର ଟିନା ଡାବି । ପୁଣି ଥରେ ସେ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଇନଷ୍ଟାଗ୍ରାମରେ ନିଜ ଭାବି ସ୍ୱାମୀଙ୍କ ସହ ଫଟୋ ସେୟାର କରିଛନ୍ତି ଟିନା ।୨୦୧୬ ରାଜସ୍ଥାନ କ୍ୟାଡର ଅଧିକାରୀ ଟିନା ୨୦୧୩ ବ୍ୟାଚ ଆଇଏଏସ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି । ପ୍ରଦୀପ ଗାୱାଣ୍ଡେଙ୍କ ସହ ଇନଷ୍ଟାରେ ଫଟୋ ସେୟାର କରି ଟିନା ନିଜ ନୂଆ ଜୀବନ ବିଷୟରେ କହିଛନ୍ତି । ତେବେ ଏହି ଟିନା ଏହି ଖବର ଦେଇ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଫଟୋରେ ପ୍ରଦୀପ ଗାୱାଣ୍ଡେ ଟିନାଙ୍କ ହାତ ଧରି ବସିଥିବାର ନଜର ଆସୁଛନ୍ତି । ଟିନା ୨୦୧୮ ମସିହାରେ ଆଇଏଏସ ଅଥର ଖାନ୍‌ଙ୍କୁ ବିବାହ କରିଥିଲେ । ୨୦୧୬ ୟୁପିଏସସି ପରୀକ୍ଷାରେ ଟିନା ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ଥିଲେ ଅଥର ଖାନ । ଉଭୟଙ୍କ ମଧ୍ୟରେ ଟ୍ରେନିଂ ସମୟରେ ବନ୍ଧୁତା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଓ ତା ପରେ ଉଭୟ ବିବାହ କରିବାକୁ ମନସ୍ଥ କରିଥିଲୋ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କ ବିବାହକୁ ନେଇ ସେତେବେଳେ ଅନେକ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହି ବିବାହ ବେଶିଦିନ ତିଷ୍ଠି ପାରିନଥିଲା । ୨୦୨୦ରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଛାଡପତ୍ର ପରେ ଅଥର ରାଜସ୍ଥାନରେ କାମ କରୁଥିଲେ, ଆଉ ଟିନା ଜମ୍ମୁ-କାଶ୍ମୀର କ୍ୟାଡରକୁ ଚାଲିଯାଇଥିଲେ ।

Leave A Reply

Your email address will not be published.