ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଦ୍ୱିତୀୟ ବିବାହ କରିବେ ଆଇଏଏସ ଟପ୍ପର ଟିନା ଡାବି..ଜାଣନ୍ତୁ କାହାକୁ କରିବେ ବିବାହ?

0

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଆଇଏଏସ ଟପ୍ପର ଟିନା ଡାବି । ପୁଣି ଥରେ ସେ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଇନଷ୍ଟାଗ୍ରାମରେ ନିଜ ଭାବି ସ୍ୱାମୀଙ୍କ ସହ ଫଟୋ ସେୟାର କରିଛନ୍ତି ଟିନା ।୨୦୧୬ ରାଜସ୍ଥାନ କ୍ୟାଡର ଅଧିକାରୀ ଟିନା ୨୦୧୩ ବ୍ୟାଚ ଆଇଏଏସ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି । ପ୍ରଦୀପ ଗାୱାଣ୍ଡେଙ୍କ ସହ ଇନଷ୍ଟାରେ ଫଟୋ ସେୟାର କରି ଟିନା ନିଜ ନୂଆ ଜୀବନ ବିଷୟରେ କହିଛନ୍ତି । ତେବେ ଏହି ଟିନା ଏହି ଖବର ଦେଇ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଫଟୋରେ ପ୍ରଦୀପ ଗାୱାଣ୍ଡେ ଟିନାଙ୍କ ହାତ ଧରି ବସିଥିବାର ନଜର ଆସୁଛନ୍ତି । ଟିନା ୨୦୧୮ ମସିହାରେ ଆଇଏଏସ ଅଥର ଖାନ୍‌ଙ୍କୁ ବିବାହ କରିଥିଲେ । ୨୦୧୬ ୟୁପିଏସସି ପରୀକ୍ଷାରେ ଟିନା ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ଥିଲେ ଅଥର ଖାନ । ଉଭୟଙ୍କ ମଧ୍ୟରେ ଟ୍ରେନିଂ ସମୟରେ ବନ୍ଧୁତା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଓ ତା ପରେ ଉଭୟ ବିବାହ କରିବାକୁ ମନସ୍ଥ କରିଥିଲୋ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କ ବିବାହକୁ ନେଇ ସେତେବେଳେ ଅନେକ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହି ବିବାହ ବେଶିଦିନ ତିଷ୍ଠି ପାରିନଥିଲା । ୨୦୨୦ରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଛାଡପତ୍ର ପରେ ଅଥର ରାଜସ୍ଥାନରେ କାମ କରୁଥିଲେ, ଆଉ ଟିନା ଜମ୍ମୁ-କାଶ୍ମୀର କ୍ୟାଡରକୁ ଚାଲିଯାଇଥିଲେ ।

Leave A Reply

Your email address will not be published.