ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଯୁଦ୍ଧ ମଧ୍ୟରେ ଆଜି ଭାରତ ଆସୁଛନ୍ତି ଋଷ ବିଦେଶ ମନ୍ତ୍ରୀ

0

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ଋଷର ଭାରତ ସହ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି ।ଆଜି ଓ ଆସନ୍ତାକାଲି ଦୁଇ ଦିନ ଭାରତରେ ରହିବେ ସର୍ଗି ଲାଭ୍ରୋଭ । ଚୀନ ଗସ୍ତ ପରେ ସେ ଆଜି ଭାରତରେ ପହଞ୍ଚିବେ । ଯୁଦ୍ଧ ସ୍ଥିତି ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘରେ ହୋଇଥିବା ଭୋଟିଂରୁ ଦୂରେଇ ରହିଛି ଭାରତ । ଭାରତ ସମଦୂରତା ନୀତି ଅବଲମ୍ବନ କରିଛି ।ଯୁ୍‌ଦ୍ଧ ପ୍ରସଙ୍ଗକୁ ନେଇ ସାରା ବିଶ୍ୱର ନଜର ଋଷ ଉପରେ ଥିବା ବେଳେ ଋଷ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି । ଋଷ ବୈଦେଶିକ ମନ୍ତ୍ରୀଙ୍କ ସହିତ ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ଡାଲିପ ସିଂ ଓ ବୈଦେଶିକ ସଚିବ ଲିଜ ଟ୍ରସ ମଧ୍ୟ ଭାରତ ଆସୁଛନ୍ତି । ସେହିପରି ଆମେରିକାର ଉପଜାତୀୟ ସୁରକ୍ଷା ଉପଦେଷ୍ଟା ଭାରତ ଗସ୍ତରେ ଅଛନ୍ତି । ଏହା ସହ ବ୍ରିଟେନ ବିଦେଶ ସଚିବ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି ।

Leave A Reply

Your email address will not be published.