ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ

ସଂସଦରେ ଉଠିଲା ପୁରୀ ଐତିହ୍ୟ କରିଡର ପ୍ରସଙ୍ଗ, ଅପରାଜିତା – ପିନାକୀ ମୁହାଁମୁହିଁ

0

ପୁରୀ ଐତିହ୍ୟ କରିଡରକୁ ନେଇ ମୁହାଁମୁହିଁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନକୁ ବିରୋଧ କରିଛନ୍ତି ଅପରାଜିତା । ଶୀଘ୍ର ଏହାକୁ ବନ୍ଦ କରିବା ସହ ସଂସ୍କୃତି ମନ୍ତ୍ରାଳୟ ଏଥିରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି । ସେପଟେ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନଥିବା ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି । ଜଗନ୍ନାଥ ମନ୍ଦିର ଆମ ସମସ୍ତଙ୍କ ମୂଲ୍ୟବାନ ସମ୍ପତ୍ତି। ଏହାକୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ ।

ଆମସର ଆକ୍ଟ ୧୯୫୮ ନିୟମାବଳିକୁ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । । ଆମସର ଆକ୍ଟ ୧୯୫୮ ନିୟମାବଳି ଅନୁସାରେ ଐତିହାସିକ ସ୍ଥଳର ୧୦୦ ମିଟର ଭିତରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ । ପରବର୍ତ୍ତି ୨୦୦ ମିଟର ପରିଧି ଭିତରେ କାମ କରାଗଲେ ଏଏସଆଇ ଓ ଏନଏମଏର ଅନୁମତି ନେବାର ଆବଶ୍ୟକତା ରହିଛି । ଐତିହ୍ୟ କରିଡର ପାଇଁ ଏକ କମିଟି ଗଠନ କରାଯାଇଥିଲା । ଯେଉଁଥିରେ ଏଏସଆଇର କୌଣସି ସଦସ୍ୟଙ୍କୁ ରଖାଯାଇନଥିଲା । ନିର୍ମାଣ କାମରେ କଣ ପ୍ରଭାବ ପଡିବ ତାହା ବିଶ୍ଲେଷଣ କରାଗଲାନି ।ଜିପିଆର ସର୍ଭେ ମଧ୍ୟ କରାଯାଇନି ।

ତେଣ ତୁରନ୍ତ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି ଅପରାଜିତା । ସେପଟେ ସଂସଦରେ ଏହାର ଜବାବ ରଖିଛନ୍ତି ପିନାକୀ ମିଶ୍ର । ଏନଏମଏର ଏନଓସିରେ ପ୍ରକଳ୍ପ କାମ ହେଉନି । କୌଣସି ଖନନ କାମ ହେଉନି । କେବଳ ୪ଟି ଟଏଲେଟ ତିଆରି ହେଉଛି । ମନ୍ଦିର ଉପରେ କୌଣସି ବିପଦ ଆସିବାର ନାହିଁ । ଓଡିଶାରେ କୌଣସି ବେଆଇନ କାମ ହୁଏ ନାହିଁ । ସେଥିପାଇଁ ନବୀନ ସରକାର ୨୨ ବର୍ଷ ଧରି ରହିଛି ବୋଲି ପିନାକୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.