ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ସାକ୍ଷୀ ପ୍ରଭାକରଙ୍କ ମୃତ୍ୟୁ

0

ମୁମ୍ବାଇରେ ଚର୍ଚ୍ଚିତ ଡ୍ରଗ୍ସ ମାମଲାରେ ସାକ୍ଷୀ ରହିଥିବା ପ୍ରଭାକର ସେଲ୍‌ଙ୍କ ମୃତ୍ୟୁ ହୋଇଛି । ତାଙ୍କ ଓକିଲ ତୁଷାର ଖଣ୍ଡାରେଙ୍କ ଅନୁସାରେ ଚେମ୍ବୁରର ମାହୁଲ ଅଞ୍ଚଳରେ ତାଙ୍କ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ପ୍ରଭାକର ସେଲ୍ ସମୀର ୱାଙ୍ଖଡେଙ୍କ ଉପରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ । ଏହା ପରେ ୱାଙ୍ଖଡେଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଥିଲା । ଏହି ମାମଲାର ତଦନ୍ତ କରୁଥିବା ଏନସିବି ଭିଜିଲାନ୍ସ ଟିମ ମଧ୍ୟ ପ୍ରଭାକରଙ୍କୁ ପଚରାଉଚରା ପାଇଁ ଡାକିଥିଲାା

ପ୍ରଭାକର ସେଲ ଦାବି କରିଥିଲେ ଯେ, କ୍ରୁଜ ପାର୍ଟି ରେଡ୍ ସମୟରେ ସେ ଗୋସାବିଙ୍କ ସାଥୀରେ ଥିଲେ । ପ୍ରଭାକର ଖୁଲାସା କରିଥିଲେ ଯେ, କେପି ଗୋସାବି ସୈମ ନାମକ ଏକ ବ୍ୟକ୍ତିଙ୍କ ସହ ଫୋନରେ ୨୫ କୋଟିରୁ କଥା ଆରମ୍ଭ କରି ୧୮ କୋଟିରେ ଡିଲ ଫିକ୍ସ କରାଯାଇଥିଲା । କେପି ଗୋସାବି ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ମଧ୍ୟ ଲାଞ୍ଚ ଦେବା କଥା କହିଥିଲେ । ଏହି ହାଇପ୍ରୋଫାଇଲ ମାମଲାରେ ବଲିଉଡର କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆରୢନ ଖାନ ଗିରଫ ହୋଇଥିଲେ । ସମୀର ୱାଙ୍ଖଡେ ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିପରେ ରେଡ କରିଥିଲେ । ଏହି ସମୟରେ ଆର‌୍ୟନ ଖାନ୍‌ଙ୍କ ସମେତ ୯ ଲୋକଙ୍କୁ ଡ୍ରଗ୍ସ ମାମଲାରେ ସାମିଲ ଅଭିଯୋଗରେ ଗିରଫ କରିଥିଲେ ।

Leave A Reply

Your email address will not be published.