ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ମାନସ ହତ୍ୟା ମାମଲା: ଆଜି ସରୁଛି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସରୁଛି ଅଭିଯୁକ୍ତଙ୍କ ରିମାଣ୍ଡ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ, ରଞ୍ଜନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ସେମାନଙ୍କଠାରୁ ସତ ଉଗାଳିଛି କ୍ରାଇମବ୍ରାଞ୍ଚ । ପଚରାଉଚରା ବେଳେ ସେମାନେ ମାନସଙ୍କୁ କେମିତି ଅପହରଣ କରିଥିଲେ ପରେ ହତ୍ୟା କରିଥିଲେ ତାହା ଗୋଟି ଗୋଟି କରି କହିଛନ୍ତି ।

ଗତକାଲି ଶର୍ମିଷ୍ଠା ରାଉତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଥମେ ଚାନ୍ଦବାଲି ପଳାସପୁରକୁ ଅଭିଯୁକ୍ତଙ୍କୁ ନିଆଯାଇଥିଲା । ଯେଉଁଠାରେ ସେମାନେ ମାନସଙ୍କୁ ଅପହରଣ କରିଥିଲେ । ଏହାପରେ ଦୟାଲ ଆଶ୍ରମ ଓ ଋଣପୁର ନିଆଯାଇଥିଲା । ୩୬ ଘଣ୍ଟା ରେ ପାଖାପାଖି ୬୧୦ କିଲୋମିଟର ବୁଲିଥିବା ଅଭିଯୁକ୍ତ ମାନେ କ୍ରାଇମବ୍ରାଞ୍ଚ ଆଗରେ ମାନିଛନ୍ତି ଶର୍ମିଷ୍ଠା ରାଉତ ।

ଅପହରଣ କେମିତି କରିଥିଲେ , ଦୟାଲ ଆଶ୍ରମରେ କେମିତି ନିର୍ଯ୍ୟାତନା ଦେଇଥିଲେ । ରଣପୁରରେ ନୂଆ କାଟେଣୀରେ କିପରି ମୃତଦେହ ପୋତିଦେଲେ । ଏବଂ ହତ୍ୟାରେ ବ୍ୟବହୃତ ସାମଗ୍ରୀ କିପରି ପୋଡି ନଷ୍ଟ କରିଥିଲେ ସମସ୍ତ କଥା ଶର୍ମିଷ୍ଠା ରାଉତ ଗୋଟି ଗୋଟି କରି ମାନିଛି । ତେବେ ଏବେ ବି ଅନେକ ରହସ୍ୟ ଉପରୁ ପରଦା ଉଠିନି । ଅପହରଣ ଓ ହତ୍ୟା କରିଥିବା ଶର୍ମିଷ୍ଠା ରାଉତ ସ୍ୱୀକାର କରିଥିବା ବେଳେ କାହିଁକି ହତ୍ୟା କଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି । ମେମୋରୀ ଚିପ୍ ପାଇଁ ହତ୍ୟା ନା ଏହା ପଛରେ ଆଉ କଣ କାରଣ ଅଛି?ମେମୋରୀ ଚିପ୍‌ରେ କଣ ଅଛି? ତାହା ଏଯାଏ ଅନ୍ଧାରରେ ରହିଛି । ୫ ଦିନିଆ ରିମାଣ୍ଡରେ ଅନେକ କିଛି ଜେରା ବେଳେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ ଆଦାୟ କରିଥିବା ବେଳେ ପୁଣି ଥରେ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.