ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଚାଲ୍ ଖେଳିଦେଲେ ପାକ୍ ପ୍ରଧାନମନ୍ତ୍ରୀ, ନିର୍ବାଚନର ସାମ୍ନା କରିବେ ଇମ୍ରାନ୍‌

0

ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ଏକ ନୂଆ କ୍ଷମତା ଲଢେଇ ଆରମ୍ଭ ହୋଇଛି । ସଫଳ ହୋଇଛି କ୍ୟାପଟେନଙ୍କ ପ୍ଲାନ । ମାତ୍ର କେଇ ମିନିଟ ଭିତରେ ଇମ୍ରାନଙ୍କ ଖେଳ ଆଗରେ ଚିତପଟାଙ୍ଗ ମାରିଛନ୍ତି ବିରୋଧୀ । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିଛନ୍ତି ଉପ ବାଚସ୍ପତି । ଫଳରେ ଫଳରେ ଗାଦିଚ୍ୟୁତ ହେବା ଆଗରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଇମ୍ରାନ ।

ପାକିସ୍ତାନ ସଂସଦରେ ଇମ୍ରାନ ଖାନ୍‌ଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଫବାଦ ହୁସେନ କହିଥିଲେ ଯେ, ଅବିଶ୍ୱାସ ପ୍ରସ୍ତାବ ଏକ ଲୋକତାନ୍ତ୍ରିକ ଅଧିକାର । ସମ୍ବିଧାନର ଅନୁଚ୍ଛେଦ ୯୫ ମୁତାବକ ଅବିଶ୍ୱାସ ପ୍ରସ୍ତାବ ଦାଖଲ କରାଯାଇଛି ହେଲେ ଦୁର୍ଭାଗ୍ୟର କଥା ବିଦେଶୀ ସରକାର ଦ୍ୱାରା ପାକିସ୍ତାନ ସରକାରକୁ ଭାଙ୍ଗିବା ନେଇ ଷଡଯନ୍ତ୍ର କରାଯାଇଛି । ଫବାଦଙ୍କର ଏଭଳି ସମ୍ବୋଧନ ପରେ ଅବିଶ୍ୱାସ ପ୍ରସ୍ତାବକୁ ଖାରଜ କରିଦେଇଥିଲେ ଉପ ବାଚସ୍ପତି ।ଅନାସ୍ଥା ପ୍ରସ୍ତାବ ରଦ୍ଦ ହେବା ପରେ ପାକିସ୍ତାନର ଜାତ୍ରୀ ସଂସଦରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି ।

ସେପଟେ ଅବିଶ୍ୱାସ ପ୍ରସ୍ତାବ ଖାରଜ ହେବା ପରେ ଇମ୍ରାନ ଖାନ୍ ରାଷ୍ଟ୍ରପତିଙ୍କ ନିକଟକୁ ସଂସଦ ଭଙ୍ଗ ନେଇ ସୁପାରିସ କରିଥିଲେ । ସୁପାରିସର ଅଧଘଂଟା ଭିତରେ ସଂସଦଙ୍କୁ ଭଙ୍ଗ କଲେ ରାଷ୍ଟ୍ରପତି । ଏବେ ୯୦ ଦିନ ଭିତରେ ସାଧାରଣ ନିର୍ବାଚନର ସାମନା କରିବେ ଇମ୍ରାନ । ବିରୋଧୀଙ୍କ ଅନାସ୍ଥା ନୁହେଁ ଜନତାଙ୍କ ଆସ୍ଥାକୁ ସାମନା କରିବେ ପାକ ପ୍ରଧାନମନ୍ତ୍ରୀ । ୨୦୧୮ରେ ଦୁର୍ନୀତି ଓ ଦୁର୍ବଳ ଅର୍ଥନୀତି ବିରୋଧରେ ଲଢେଇ କରି କ୍ଷମତାକୁ ଆସିଥିଲେ ଇମ୍ରାନ । କ୍ରିକେଟ ଖେଳାଳିରୁ ରାଜନେତା ପାଲଟିଥିବା ଇମ୍ରାନଙ୍କ ପାଇଁ ଏବେ ଜନତା ହିଁ ଭରସା ।

Leave A Reply

Your email address will not be published.