ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଚାଲ୍ ଖେଳିଦେଲେ ପାକ୍ ପ୍ରଧାନମନ୍ତ୍ରୀ, ନିର୍ବାଚନର ସାମ୍ନା କରିବେ ଇମ୍ରାନ୍‌

0

ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ଏକ ନୂଆ କ୍ଷମତା ଲଢେଇ ଆରମ୍ଭ ହୋଇଛି । ସଫଳ ହୋଇଛି କ୍ୟାପଟେନଙ୍କ ପ୍ଲାନ । ମାତ୍ର କେଇ ମିନିଟ ଭିତରେ ଇମ୍ରାନଙ୍କ ଖେଳ ଆଗରେ ଚିତପଟାଙ୍ଗ ମାରିଛନ୍ତି ବିରୋଧୀ । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିଛନ୍ତି ଉପ ବାଚସ୍ପତି । ଫଳରେ ଫଳରେ ଗାଦିଚ୍ୟୁତ ହେବା ଆଗରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଇମ୍ରାନ ।

ପାକିସ୍ତାନ ସଂସଦରେ ଇମ୍ରାନ ଖାନ୍‌ଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଫବାଦ ହୁସେନ କହିଥିଲେ ଯେ, ଅବିଶ୍ୱାସ ପ୍ରସ୍ତାବ ଏକ ଲୋକତାନ୍ତ୍ରିକ ଅଧିକାର । ସମ୍ବିଧାନର ଅନୁଚ୍ଛେଦ ୯୫ ମୁତାବକ ଅବିଶ୍ୱାସ ପ୍ରସ୍ତାବ ଦାଖଲ କରାଯାଇଛି ହେଲେ ଦୁର୍ଭାଗ୍ୟର କଥା ବିଦେଶୀ ସରକାର ଦ୍ୱାରା ପାକିସ୍ତାନ ସରକାରକୁ ଭାଙ୍ଗିବା ନେଇ ଷଡଯନ୍ତ୍ର କରାଯାଇଛି । ଫବାଦଙ୍କର ଏଭଳି ସମ୍ବୋଧନ ପରେ ଅବିଶ୍ୱାସ ପ୍ରସ୍ତାବକୁ ଖାରଜ କରିଦେଇଥିଲେ ଉପ ବାଚସ୍ପତି ।ଅନାସ୍ଥା ପ୍ରସ୍ତାବ ରଦ୍ଦ ହେବା ପରେ ପାକିସ୍ତାନର ଜାତ୍ରୀ ସଂସଦରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି ।

ସେପଟେ ଅବିଶ୍ୱାସ ପ୍ରସ୍ତାବ ଖାରଜ ହେବା ପରେ ଇମ୍ରାନ ଖାନ୍ ରାଷ୍ଟ୍ରପତିଙ୍କ ନିକଟକୁ ସଂସଦ ଭଙ୍ଗ ନେଇ ସୁପାରିସ କରିଥିଲେ । ସୁପାରିସର ଅଧଘଂଟା ଭିତରେ ସଂସଦଙ୍କୁ ଭଙ୍ଗ କଲେ ରାଷ୍ଟ୍ରପତି । ଏବେ ୯୦ ଦିନ ଭିତରେ ସାଧାରଣ ନିର୍ବାଚନର ସାମନା କରିବେ ଇମ୍ରାନ । ବିରୋଧୀଙ୍କ ଅନାସ୍ଥା ନୁହେଁ ଜନତାଙ୍କ ଆସ୍ଥାକୁ ସାମନା କରିବେ ପାକ ପ୍ରଧାନମନ୍ତ୍ରୀ । ୨୦୧୮ରେ ଦୁର୍ନୀତି ଓ ଦୁର୍ବଳ ଅର୍ଥନୀତି ବିରୋଧରେ ଲଢେଇ କରି କ୍ଷମତାକୁ ଆସିଥିଲେ ଇମ୍ରାନ । କ୍ରିକେଟ ଖେଳାଳିରୁ ରାଜନେତା ପାଲଟିଥିବା ଇମ୍ରାନଙ୍କ ପାଇଁ ଏବେ ଜନତା ହିଁ ଭରସା ।

Leave A Reply

Your email address will not be published.