ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ

0

ଇତିହାସର ସବୁଠୁ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଯୋଗୁ ଦେଶରେ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି । ଖାଇବା ମିଳୁନି, ପିଇବାକୁ ପାଣି ନାହିଁ । ଲୋକମାନେ ଦୟନୀୟ ପରିସ୍ଥିତିରେ ଥିବାବେଳେ ସହାୟତାର ହାତ ବଢାଇଛି ଭାରତ । ଭାରତ ଶ୍ରୀଲଙ୍କାକୁ ୪୦ ହଜାର ଟନ୍ ଡିଜେଲ ପଠାଇଛି । ଭାରତର ଏହା ହେଉଛି ଚତୃର୍ଥ ସହାୟତା ।

ରାଷ୍ଟ୍ରାୟାତ୍ତ ଇନ୍ଧନ ୟୁନିଟ୍ ସିଲନ୍‌ ବିଦ୍ୟୁତ ବୋର୍ଡର ଅଧିକାରୀମାନେ କହିଛନ୍ତି ଯେ, ଶ୍ରୀଲଙ୍କାରେ ଚାଲିଥିବା ବିଜୁଳି କାଟରେ ଭାରତର ଡିଜେଲ ଯୋଗାଣକୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣିବ । ଶ୍ରୀଲଙ୍କାରେ ୧୩ ଘଣ୍ଟା ବିଜୁଳି କାଟ କରାଯାଇଛି । କୁହାଯାଉଛି ୧୯୯୬ରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ହୋଇଥିବା ବିଜୁଳି କାଟ ପରେ ଏହା ହେଉଛି ସବୁଠି ଅଧିକ ସମୟରେ ହୋଇଥିବା ବିଦ୍ୟୁତ କାଟ୍ ଭାରତ ଶ୍ରୀଲଙ୍କାକୁ ୪ ହଜାର ଟନ ଡିଜେଲ ପଠାଇଥିବା ବେଳେ ୪୦ ହଜାର ମେଟ୍ରିକ ଚାଉଳ ଓ ଔଷଧ ମଧ୍ୟ ପଠାଇଛି ।

ଶ୍ରୀଲଙ୍କାରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଛି । ଦେଶରେ ଏବେ ଲୋକ ଭୋକ ଉପାସରେ ଆଉଟପାଉଟ ହେଉଛନ୍ତି । ଦରଦାମ ଆକାଶଛୁଆଁ ହୋଇଛି । ଲୋକମାନେ ରାସ୍ତା ଉପରକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଚାଉଳ କିଲୋ ୫୦୦ ଟଙ୍କା ହୋଇଥିବା ବେଳେ ଚିନି କିଲୋ ୨୯୦ ଟଙ୍କା ହୋଇଛି । ଏପରିକି ଚା କପ୍ ପାଇଁ ୧୦୦ ଟଙ୍କା ଦେବାକୁ ପଡୁଛି । ବିଦେଶୀ ଋଣ ବୋଝ ଏତେ ମାତ୍ରାରେ ବଢିଯାଇଛି ଯେ, ଋଣ ସୁଝିବାକୁ ଶ୍ରୀଲଙ୍କା ସରକାର ପାଖରେ ଅର୍ଥ ନାହିଁ ।

Leave A Reply

Your email address will not be published.