ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ତୈଳ ଦରରେ ଲାଗୁନି ଲଗାମ୍‌, ୧୩ ଦିନରେ ବଢିଲାଣି ୧୧ ଥର

0

ଉପରମୁହାଁ ହୋଇ ଚାଲିଛି ତୈଳ ଦର । ମାର୍ଚ୍ଚ ୨୨ରୁ ଆଜିଯାଏଁ ୧୩ ଦିନରେ ୧୧ ଥର ବଢିଲାଣି ଦର । ୧୩ ଦିନରେ ପେଟ୍ରୋଲ ୮ ଟଙ୍କା ମହଙ୍ଗା ହୋଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି । ମୁମ୍ବାଇରେ ମଧ୍ୟରେ ପେଟ୍ରୋଲ ପ୍ରତି ଲିଟର ୧୧୮ ଟଙ୍କାରେ ପହଁଞ୍ଚି ସାରିଛି । ଏବଂ ଡିଜେଲ ୧୦୨ ଟଙ୍କାରେ ବିକ୍ରି ହେଉଛି । ଓଡିଶାରେ ମଧ୍ୟ ପେଟ୍ରୋଲ ଦର ୧୧୦ ଟଙ୍କା ୭୬ ପଇସା ଥିବା ବେଳେ ଡିଜେଲ ୧୦୦ ଟଙ୍କା ୫୧ ପଇସାରେ ପହଞ୍ଚି ସାରିଛିା ୧୩୭ ଦିନରେ ତୈଳ ଦର ସ୍ଥିର ରହିବା ପରେ ମାର୍ଚ୍ଚ ୨୨ରୁ ଲଗାତର ବଢିବା ଆରମ୍ଭ ହୋଇଛି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ତୈଳ ଦରରେ ନିଆଁ ଲାଗିଛି । ୫ ରାଜ୍ୟରେ ନିର୍ବାଚନ ଥିବାରୁ ନଭେମ୍ବର ୪ରୁ ତୈଳ ଦର ସ୍ଥିର ରହିଥିଲା । ଏପରିକି ଅଶୋଧିତ ତେଲ ଦର ୮୪ ଡଲାରରୁ ବୃଦ୍ଧି ପାଇ ଶହେ ଡଲାର ଅତିକ୍ରମ କରିଥିଲେ ମଧ୍ୟ ଦର ବଢାଯାଇନଥିଲା । ତେବେ ୟୁକ୍ରେନ-ଋଷ ଯୁଦ୍ଧ ଯୋଗୁଁ ମଧ୍ୟ ତେଲ ଦର ବୃଦ୍ଧି ପାଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି । ସେହିପରି ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୨୮୦ ଟଙ୍କା ବଢିଛି । ଯାହା ସାଧାରଣ ଲୋକଙ୍କ ପକେଟ ଖର୍ଚ୍ଚ ଉପରେ ପ୍ରଭାବ ପଡୁଛି । ଆସନ୍ତୁ ଜାଣିବା କେଉଁଠି କେତେ ତୈଳ ଦର?
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୩.୪୧ ୯୪.୬୭
ମୁମ୍ବାଇ ୧୧୮.୪୧ ୧୦୨.୬୪
କୋଲକାତା ୧୧୩.୦୩ ୯୭.୮୨
ଚେନ୍ନାଇ ୧୦୮.୯୬ ୯୯.୦୪

Leave A Reply

Your email address will not be published.