ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ବିଜେପି ପାଳୁଛି ପ୍ରତିଷ୍ଠା ଦିବସ

0

ବିଜେପି ଆଜି ପାଳୁଛି ୪୨ ତମ ପ୍ରତିଷ୍ଠା ଦିବସ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର କର୍ମକର୍ତ୍ତା ଙ୍କୁ ସମ୍ବୋଧନ ଦେଇ ଦଳର କାର୍ଯ୍ୟପନ୍ଥା ବାବଦରେ ଅବଗତ କରିଛନ୍ତି । ପ୍ରତିଷ୍ଠା ଦିବସରେ ମୋଦୀ ରାଷ୍ଟ୍ରବାଦକୁ ଗୁରୁତ୍ୱ ଦେଇଥିବା ପରିବାରବାଦକୁ ବିରୋଧ କରିଛନ୍ତି । ରାଷ୍ଟ୍ରୀୟ ଦୃଷ୍ଟିକୋଣରୁ ବିଜେପିର ଦାୟିତ୍ୱ ବଢିଥିବା ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ୪ଟି ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଛି । ଚଳିତ ବର୍ଷ ବିଜେପିର ପ୍ରତିଷ୍ଠା ଦିବସ ଅପନେକ ଗୁରୁତ୍ୱ ବହନ କରୁଛି । କାରଣ ଦେଶବାସୀ ସ୍ୱାଧୀନତାର ଅମୃତ ଉତ୍ସବ ପାଳନ କରୁଛନ୍ତି । କରୋନା କାଳନରେ ବଡ଼ ଲକ୍ଷ୍ୟ ହାସଲ କରିଛି ଦେଶ । ଲୋକଙ୍କ ସଙ୍କଟ ସମୟରେ ମାଗଣା ଖାଦ୍ୟ ଦିଆଯାଇଛି ।

ମୋଦୀ ଆହୁରି କହିଛନ୍ତି , ଦଳର କର୍ମୀ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ପାଖରେ ପହଞ୍ଚାଉଛନ୍ତି । କର୍ମୀମାନେ ଦଳକୁ ସୁଦୃଢ କରିବାରେ ଦିନ ରାତି ଲାଗିଛନ୍ତି । ବିଜେପି ସବକା ସାଥ୍ ଓ ସବକା ବିକାଶକୁ ଭିତ୍ତି କରି ଆଗକୁ ବଢିଚାଲିଥିବା ମୋଦୀ କହିଛନ୍ତିା ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ୍ ଗାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ରାଜ୍ୟର ଜନସାଧାରଣ ନିକଟରେ ପହଂଚାଯିବା ସହ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନିଆଯାଇଛି ବୋଲି କହିଛନ୍ତି ସମୀର ମହାନ୍ତି ।

Leave A Reply

Your email address will not be published.