ପ୍ରମୁଖ ଖବର

ଫିଲିପାଇନ୍ସରେ ମିସେସ୍ ୟୁନିଭର୍ସ ଗ୍ଲୋବାଲ ବିଜେତା ହେଲେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ମାନସିକ ରୋଗ ବିଶେଷଜ୍ଞ
ଦିଲ୍ଲୀରେ ଏନକାଉଣ୍ଟର: ୪ଗ୍ୟାଙ୍ଗଷ୍ଟାର ନିହତ
ଇଣ୍ଡି ମେଣ୍ଟରେ ହେଲା ବୁଝାମଣା, ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ପୀତବାସ ପଣ୍ଡା ହତ୍ୟା ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱରରେ ହେବ ଆଇଆରସି ଅଧିବେଶନ: ଯୋଗଦେବେ ନୀତିନ ଗଡକରୀ

ବିଜେପି ପାଳୁଛି ପ୍ରତିଷ୍ଠା ଦିବସ

0

ବିଜେପି ଆଜି ପାଳୁଛି ୪୨ ତମ ପ୍ରତିଷ୍ଠା ଦିବସ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର କର୍ମକର୍ତ୍ତା ଙ୍କୁ ସମ୍ବୋଧନ ଦେଇ ଦଳର କାର୍ଯ୍ୟପନ୍ଥା ବାବଦରେ ଅବଗତ କରିଛନ୍ତି । ପ୍ରତିଷ୍ଠା ଦିବସରେ ମୋଦୀ ରାଷ୍ଟ୍ରବାଦକୁ ଗୁରୁତ୍ୱ ଦେଇଥିବା ପରିବାରବାଦକୁ ବିରୋଧ କରିଛନ୍ତି । ରାଷ୍ଟ୍ରୀୟ ଦୃଷ୍ଟିକୋଣରୁ ବିଜେପିର ଦାୟିତ୍ୱ ବଢିଥିବା ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ୪ଟି ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଛି । ଚଳିତ ବର୍ଷ ବିଜେପିର ପ୍ରତିଷ୍ଠା ଦିବସ ଅପନେକ ଗୁରୁତ୍ୱ ବହନ କରୁଛି । କାରଣ ଦେଶବାସୀ ସ୍ୱାଧୀନତାର ଅମୃତ ଉତ୍ସବ ପାଳନ କରୁଛନ୍ତି । କରୋନା କାଳନରେ ବଡ଼ ଲକ୍ଷ୍ୟ ହାସଲ କରିଛି ଦେଶ । ଲୋକଙ୍କ ସଙ୍କଟ ସମୟରେ ମାଗଣା ଖାଦ୍ୟ ଦିଆଯାଇଛି ।

ମୋଦୀ ଆହୁରି କହିଛନ୍ତି , ଦଳର କର୍ମୀ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ପାଖରେ ପହଞ୍ଚାଉଛନ୍ତି । କର୍ମୀମାନେ ଦଳକୁ ସୁଦୃଢ କରିବାରେ ଦିନ ରାତି ଲାଗିଛନ୍ତି । ବିଜେପି ସବକା ସାଥ୍ ଓ ସବକା ବିକାଶକୁ ଭିତ୍ତି କରି ଆଗକୁ ବଢିଚାଲିଥିବା ମୋଦୀ କହିଛନ୍ତିା ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ୍ ଗାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ରାଜ୍ୟର ଜନସାଧାରଣ ନିକଟରେ ପହଂଚାଯିବା ସହ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନିଆଯାଇଛି ବୋଲି କହିଛନ୍ତି ସମୀର ମହାନ୍ତି ।

Leave A Reply

Your email address will not be published.