ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ଗିରଫ

0

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତକୁ ଗିରଫ କଲା ପୁଲିସ । ଖୋର୍ଦ୍ଧାରୁ ଅଭିଯୁକ୍ତ ଜେ.ମହାପାତ୍ରକୁ ଗିରଫ କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଇଥିବା ଅଭିଯୁକ୍ତ କହିଥିବା ଏସପି କହିଛନ୍ତି । ଦରକାର ପଡିଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବୁ ବୋଲି ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁସାରେ, ୩୦ ବର୍ଷୀୟ ଜେ.ମହାପାତ୍ର ମନ୍ଦିର ଦର୍ଶନ କରିଥିଲେ । ମନ୍ଦିର ବୁଲିବା ପରେ ଭଲ ନଲାଗିବାରୁ ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ପୁଲିସ ଆଗରେ କହିଛି । ତେବେ ଯୁବକ ଜଣକ ମୋବାଇଲ ବ୍ୟବବହାର କରୁନଥିଲେ । ତେଣୁ ତାଙ୍କୁ ଧରିବା ପୁଲିସ ପକ୍ଷେ କଷ୍ଟକର ହୋଇଥିଲା । ରେଲୱେ ଷ୍ଟେସନରୁ ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ମିଳିଥିଲା । ଖୋର୍ଦ୍ଧାରୁ ଅଭିଯୁକ୍ତ ଜେ.ମହାପାତ୍ରକୁ ଗତକାଲି ଗିରଫ କରାଯାଇଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ।

ଗତ ୨ ତାରିଖ ଦିନ ପୂର୍ବରୁ ଏହି ଅଭାବନୀୟ ଘଟଣା ଘଟିଥିଲା । ବିଳମ୍ବିତ ରାତିରେ ମହାଲକ୍ଷ୍ମୀଙ୍କ ରୋଷଘରେ ପଶି ପ୍ରାୟ ୪୩ ଚୁଲି ଭାଙ୍ଗିଥିଲା ଅଭିଯୁକ୍ତ । ଘଟଣା ଜଣାପଡିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କେଉଁ ଉଦ୍ଦେଶ୍ୟରେ କିଏ ରୋଷଘର ଚୁଲି ଭାଙ୍ଗିଲା ସେ ନେଇ ଛାନଭିନ ହୋଇଥିଲା । ସିସିଟିଭି ଫୁଟେଜରୁ ସନ୍ଦିଗ୍ଧ ଚିହ୍ନଟ ପରେ ପୁଲିସ ଗତକାଲି ଯୁବକକୁ ଗିରଫ କରିଛି ।

Leave A Reply

Your email address will not be published.