ପୁଣି ଚିନ୍ତା ବଢାଇଲା କରୋନା । କରୋନାର ନୂଆ ଭ୍ୟାରିଆଣ୍ଟ ଏକ୍ସଇ ଓ କପ୍ପାର ଗୋଟିଏ ଗୋଟିଏ ମାମଲା ମୁମ୍ବାଇରୁ ଚିହ୍ନଟ ହୋଇଛି । ଦେଶରେ ଏକ୍ସଇ ଭ୍ୟାରିଆଣ୍ଟ ର ଏହା ପ୍ରଥମ ମାମଲା । ଏହି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ପରେ ପୁଣି ମନରେ ଭୟ ଫେରିଛି । ମୋଟ ୩୭୬ଟି ନମୂନା ଜିନୋମ ସିକ୍ୱନ୍ସିଂ ପାଇଁ ପଠାଯାଇଥିଲା । ଯେଉଁଥିରେ ୨୩୦ର ନମୂନା ମୁମ୍ବାଇର ଥିଲା । ୨୩୦ ରୁ ୨୨୮ ଓମିକ୍ରନ ସଂକ୍ରମିତ । ଏହା ସହିତ ସେଥରୁ ଜଣେ ଏକ୍ସଇ ଓ ଜଣେ କପ୍ପା ଭ୍ୟାରିଆଣ୍ଟ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଏକ୍ସଇ ଓମିକ୍ରନର ସବ ଭ୍ୟାରିଆଣ୍ଟ ବିଏ.୨ରୁ ୧୦ ପ୍ରତିଶତ ଅଧିକ ସଂକ୍ରମିତ । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଚିନ୍ତା ବ୍ୟକ୍ତ କରିସାରିଛି । ଏହି ଭ୍ୟାରିଆଣ୍ଟ ପ୍ରଥମେ ଜାନୁଆରୀ ୧୯ ତାରିଖରେ ୟୁକେରେ ଚିହ୍ନଟ ହୋଇଥିଲା । ଏହା ପରେ ଏବେ ଏହି ଏକ୍ସ ଭ୍ୟାରିଆଣ୍ଟ ରେ ବିଶ୍ୱରେ ମୋଟ ୬୦୦ ଜଣ ସଂକ୍ରମିତ ହୋଇସାରିଲେଣି ।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ