ବଦଳିଲା ଜେଇଇ ମେନ୍ ତାରିଖ । ଜେଇଇ ମେନ୍ ୨୦୨୨ ପରୀକ୍ଷା ପାଇଁ ଆସିଲା ନୂଆ ତାରିଖ । ସେହିପରି ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ଚଳିତ ବର୍ଷ ଜୁଲାଇ ୧୭ରେ ଅନୁଷ୍ଠିତ ହେବ । ବୁଧବାରଠୁ ଏଥିପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହା ମେ ୬ ତାରିଖ ଯାଏଁ ଚାଲିବ । ପୂର୍ବରୁ ଜେଇଇ ମେନ୍ ସେସନ୍-୧ ପରୀକ୍ଷା ଏପ୍ରିଲ ୨୧, ୨୪,୨୫, ୨୯ ଏବଂ ମେ’ ୪ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଛି । ଏବେ ସେସନ-୧ ପରୀକ୍ଷା ଜୁନ ୨୦ରୁ ୨୯ ତାରିଖ ଯାଏଁ ହେବ । ସେହିପରି ସେସନ୍-୨ ପରୀକ୍ଷା ପୂର୍ବରୁ ମେ୨୪ରୁ ୨୯ ଯାଏଁ ହେବାର ଥିଲା । ଏବେ ସେସନ୍-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ଯାଏଁ ହେବ । ବିଭିନ୍ନ ଦିଗକୁ ବିଚାର କରି ପରୀକ୍ଷା ସୂଚୀ ପରିବର୍ତ୍ତନ କଲା ଏନଟିଏ । ଖୁବ ଶୀଘ୍ର ଆଡମିଟ୍ କାର୍ଡ ଜାରି ହୋଇପାରେ । ସେସନ-୧ ପାଇଁ ଅନଲାଇନ ପଞ୍ଜୀକରଣ ଶେଷ ହୋଇଛି । ସେସନ୍-୨ ପାଇଁ ଖୁବଶୀଘ୍ର ପଞ୍ଜୀକରଣ ଆରମ୍ଭ ହେବ ।
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ