ପ୍ରମୁଖ ଖବର

ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ଗୋଲ୍ଡେନ ବୟ ନୀରଜ ଚୋପ୍ରା
ବେଙ୍ଗାଲୁରୁରେ ଭଡ଼ାଘରୁ ଓଡ଼ିଆ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ୟୁନିଟ୍‌-୧ ପରିବା ମାର୍କେଟ୍‌ରେ ନିଆଁ
ପୋଲିସ ଏସଆଇ ନିଯୁକ୍ତି ସ୍କାମ; ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର
ହୃଦଘାତରେ ଗାୟକ ଋଷଭ ଟଣ୍ଡନଙ୍କ ପରଲୋକ
ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣାରେ ଦୁଇ ଜେଲ ୱାର୍ଡର ନିଲମ୍ବିତ
ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଗିରଫ

ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ

0

ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଛି ଭିଜିଲାନ୍ସ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ତ୍ତିକେଶ୍ବର ରାଉଳଙ୍କ ଘର ଓ ଅଫିସ ସମେତ ଏକକାଳୀନ ୬ଟି ଜାଗାରେ ରେଡ଼୍ ଚାଲିଛି । ଭଞ୍ଜନଗର ସ୍ଥିତ ଅଫିସ, କ୍ୱାଟର୍ସ, ଖଲ୍ଲିକୋଟ ଲଙ୍ଗଳେଶ୍ୱରରେ ଥିବା ପୈତୃକ ଘରେ ରେଡ଼ ଚାଲିଛି । ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଆପର୍ଟମେଂଟ, ଜାଗମରାରେ ଥିବା ୩ ମହଲା ବିଲ୍ଡିଂ, କସମୋପଲିସ ରେସିଡେନ୍ସ ରେ ଥିବା ଫ୍ଲାଟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ୫ ଜଣ ଡିଏସପି ,୧୧ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ଚଢାଉ ସମୟରେ ବହୁ ପରିମାଣର ନଗଦ ଟଙ୍କା ଓ ବ୍ୟାଙ୍କ ପାସବୁକ ଜବତ ହୋଇଥିବା ଜଣାପଡିଛି । ବାବୁ ଜଣକ ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଭିଜିଲାନ୍ସ ଖୋଳତାଡ଼ କରୁଛି ।

Leave A Reply

Your email address will not be published.