ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଜବାବ ମାଗିଲେ ହାଇକୋର୍ଟ

0

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଆଜି ରାଜ୍ୟ ସରକାର ଓ ଏଏସଆଇକୁ ଜବାବ ମାଗିଛନ୍ତି ହାଇକୋର୍ଟ । ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ଜବାବ ମାଗିଛନ୍ତି । ଶ୍ରୀମନ୍ଦିର ଚାରିପଟେ କଣ ନିର୍ମାଣ ଚାଲିଛି, ନିର୍ମାଣ ପାଇଁ ଅନୁମତି ଅଛି କି ନାହିଁ । ନିର୍ମାଣ ଦ୍ୱାରା ଅନ୍ୟ କିଛି ବିପଦ ଅଛି କି ନାହିଁ ସେନେଇ ବିସ୍ତୁତ ଭାବେ ୧୭ ତାରିଖ ସୁଦ୍ଧା ଜଣାଇବାକୁ କୋର୍ଟ କହିଛନ୍ତି । ଏପ୍ରିଲ ୨୧ ତାରିଖରେ ପରବର୍ତ୍ତି ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି ।

ଶ୍ରୀମନ୍ଦିର ଚାରିପାଖେ ରାଜ୍ୟ ସରକାର ଗାତ ଖୋଳି ନିର୍ମାଣ କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି । ଏହି ବିରାଟ ଗ ର୍ ଶ୍ରୀମନ୍ଦିର ପାଇଁ ବିପଦ ଆଣିଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ । ଏପରିକି ଖନନ ଦ୍ୱାର ଶ୍ରମନ୍ଦିରରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ଆସିଛି । ବିଧାନସଭା ଓ ସଂସଦରେ ଏହି ପ୍ରସଙ୍ଗରେ ତୁମ୍ବିତୋଫାନ ପରେ ବି ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ସାଂସଦ ଅପରାଜିତା ଷଡଙ୍ଗୀ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ଏଥିରେ ସଂସ୍କୃତି ବିଭାଗ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ବିଜେଡି ସାଂସଦ ପିନାକୀ ମିଶ୍ର ଏହାର ଜବାବ ଦେବାକୁ ଯାଇ କହିଥିଲେ ଯେ, ଶ୍ରୀମନ୍ଦିର ଚାରିପାଖେ କେବଳ ୪ଟି ପାଇଖାନା ନିର୍ମାଣ ହେଉଛି । ଏଥିପାଇଁ ଏଏସଆଇର ଅନୁମତି ରହିଛି ବୋଲି କହିଥିଲେ ପିନାକୀ ମିଶ୍ର ।

ତେବେ ଏଏସଆଇର ବିନା ଅନୁମତିରେ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଏହାକୁ ବିରୋଧ ପରେ ଏବେ ଖନନ ସ୍ଥଳରେ ବାଲି ପୋତିବା ଆରମ୍ଭ କରିଛି ଠିକା ସଂସ୍ଥା । ଯେଉଁ ସ୍ଥାନରେ କଂକ୍ରିଟ ନିର୍ମାଣ କାମ ଆରମ୍ଭ ହୋଇସାରିଥିଲା ଏବଂ ରଡ଼ ବାଇଡିଂ ପାଇଁ ପ୍ରସ୍ତୁତି ଚାଲିଥିଲା ସେସବୁ କାମକୁ ମଧ୍ୟ ବନ୍ଦ କରି ବାଲି ପୋତି ଦିଆଯାଇଛି ।

Leave A Reply

Your email address will not be published.