ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଜବାବ ମାଗିଲେ ହାଇକୋର୍ଟ

0

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଆଜି ରାଜ୍ୟ ସରକାର ଓ ଏଏସଆଇକୁ ଜବାବ ମାଗିଛନ୍ତି ହାଇକୋର୍ଟ । ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ଜବାବ ମାଗିଛନ୍ତି । ଶ୍ରୀମନ୍ଦିର ଚାରିପଟେ କଣ ନିର୍ମାଣ ଚାଲିଛି, ନିର୍ମାଣ ପାଇଁ ଅନୁମତି ଅଛି କି ନାହିଁ । ନିର୍ମାଣ ଦ୍ୱାରା ଅନ୍ୟ କିଛି ବିପଦ ଅଛି କି ନାହିଁ ସେନେଇ ବିସ୍ତୁତ ଭାବେ ୧୭ ତାରିଖ ସୁଦ୍ଧା ଜଣାଇବାକୁ କୋର୍ଟ କହିଛନ୍ତି । ଏପ୍ରିଲ ୨୧ ତାରିଖରେ ପରବର୍ତ୍ତି ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି ।

ଶ୍ରୀମନ୍ଦିର ଚାରିପାଖେ ରାଜ୍ୟ ସରକାର ଗାତ ଖୋଳି ନିର୍ମାଣ କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି । ଏହି ବିରାଟ ଗ ର୍ ଶ୍ରୀମନ୍ଦିର ପାଇଁ ବିପଦ ଆଣିଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ । ଏପରିକି ଖନନ ଦ୍ୱାର ଶ୍ରମନ୍ଦିରରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ଆସିଛି । ବିଧାନସଭା ଓ ସଂସଦରେ ଏହି ପ୍ରସଙ୍ଗରେ ତୁମ୍ବିତୋଫାନ ପରେ ବି ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ସାଂସଦ ଅପରାଜିତା ଷଡଙ୍ଗୀ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ଏଥିରେ ସଂସ୍କୃତି ବିଭାଗ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ବିଜେଡି ସାଂସଦ ପିନାକୀ ମିଶ୍ର ଏହାର ଜବାବ ଦେବାକୁ ଯାଇ କହିଥିଲେ ଯେ, ଶ୍ରୀମନ୍ଦିର ଚାରିପାଖେ କେବଳ ୪ଟି ପାଇଖାନା ନିର୍ମାଣ ହେଉଛି । ଏଥିପାଇଁ ଏଏସଆଇର ଅନୁମତି ରହିଛି ବୋଲି କହିଥିଲେ ପିନାକୀ ମିଶ୍ର ।

ତେବେ ଏଏସଆଇର ବିନା ଅନୁମତିରେ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଏହାକୁ ବିରୋଧ ପରେ ଏବେ ଖନନ ସ୍ଥଳରେ ବାଲି ପୋତିବା ଆରମ୍ଭ କରିଛି ଠିକା ସଂସ୍ଥା । ଯେଉଁ ସ୍ଥାନରେ କଂକ୍ରିଟ ନିର୍ମାଣ କାମ ଆରମ୍ଭ ହୋଇସାରିଥିଲା ଏବଂ ରଡ଼ ବାଇଡିଂ ପାଇଁ ପ୍ରସ୍ତୁତି ଚାଲିଥିଲା ସେସବୁ କାମକୁ ମଧ୍ୟ ବନ୍ଦ କରି ବାଲି ପୋତି ଦିଆଯାଇଛି ।

Leave A Reply

Your email address will not be published.