ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ମାହାଙ୍ଗା ଗଣହତ୍ୟା କାହାଣୀରେ କେଁ ବାହାରିଲାଣି

0

କଟକ: ମାହାଙ୍ଗା କୁସୁପୁରରେ ଗଣହତ୍ୟା ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତି ଶିବ ପ୍ରସାଦ ସାହୁ କିଭଳି ଏକାଥରକେ ପାଞ୍ଚଜଣଙ୍କୁ ମାରିପାରିବ ତାହାକୁ କେହି ବିଶ୍ବାସ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏପରିକି ପୁଲିସ ଆଇଜି ନରସିଂହ ଭୋଳ ମଧ୍ୟ ଏହି ସନ୍ଦେହ କରୁଛନ୍ତି। ନିଶା ଦେଇ ସମସ୍ତଙ୍କୁ ମାରିଲା ନା ଏହା ପଛରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି, ତାହା ଏବେ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କଲାଣି। ଗତବର୍ଷ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଏକାଥରକେ ପାଞ୍ଚ ପାଞ୍ଚ ଜଣଙ୍କୁ ହତ୍ୟା କରାଯିବା ଘଟଣାକୁ କେହି ସହଜରେ ନେଉନାହାନ୍ତି। ମାତ୍ର ୨ଗୁଣ୍ଠ ଜମି ପାଇଁ ଜଣେ ଏଭଳି ନିର୍ମମ କାଣ୍ଡ ଘଟାଇପାରେ, ଏହାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।

ମଙ୍ଗଳବାର ଶିବ ତାର ବଡଭାଇର ପୂରା ପରିବାରକୁ ଶେଷ କରିଦେଇଛି। ଏକ ଭିଡ଼ିଓ ଭାଇରାଲ୍ କରି ସେଥରେ ସେ ଏକାମାରଥିବା ଦାବି କରିଛି ଏବଂ ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି। ହେଲେ ପ୍ରଶ୍ନ ଉଠୁଛି, ଜଣେ ବ୍ୟକ୍ତି ପାଞ୍ଚଜଣଙ୍କୁ ମାରିଦେଲା, ଅଥଚ କେହି ତାର କିଛି ବି ପ୍ରତିବାଦ ବି କଲେନି? ତା ଦେହରେ ରକ୍ତଛିଟା ବି ପଡିବନି? ଜଣେ ବ୍ୟକ୍ତି ମାନସିକ ସ୍ତରରେ କଣ ଏତେ ଦୃଢ ଯେ ପାଞ୍ଚ ଜଣଙ୍କୁ ଏକା ହତ୍ୟା କରିପାରିବ? ଯଦି ହତ୍ୟା କଲା ତେବେ ସେ ତା ପରେ ଭିଡ଼ିଓ କରିବାକୁ ବି ସାହସ କରିପାରିବ? କେବଳ ସେତିକି ନୁହେଁ, ଏସବୁ କାଣ୍ଡ ଘଟିବା ବେଳେ କିଛି ବି ଚିତ୍କାର ଶୁଭିଲାନି କିମ୍ବା କେହି କିଭଳି ପ୍ରତିବାଦ କଲେନି କେମିତି? ମରିଥିବା ସବୁ ବ୍ୟକ୍ତି କିଛି ନା କିଛି ପ୍ରତିବାଦ କରିବାର ସାମର୍ଥ୍ୟ ରଖନ୍ତି। ହେଲେ ସମସ୍ତେ କଣ ମୃତ୍ୟୁକୁ ମୁଣ୍ଡ ଦେଖାଇଦେଲେ?

ଏମିତି ଅନେକ ପ୍ରଶ୍ନ ଏବେ ସମୁଦାୟ ଘଟଣାର ଗୁରୁତ୍ବକୁ ବହୁଗୁଣିତ କରିଛି। ପୁଲିସ ଏକାଧିକ ଲୋକଙ୍କ ସଂପୃକ୍ତି ପ୍ରସଙ୍ଗକୁ ମୁଣ୍ଡରେ ରଖି ତଦନ୍ତ ଆରମ୍ଭ କରିଥିଲେ ହେଁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି। ତେବେ ବାପାଙ୍କ ମୃତ୍ୟୁ ପରେ ଜମିକୁ ନେଇ ଦୁଇ ଭାଇ ଅଲେଖ ସାହୁ ଏବଂ ଶିବ ମଧ୍ୟରେ ବିବାଦ ଲାଗି ରହିଥିବା କୁହାଯାଉଛି।

Leave A Reply

Your email address will not be published.