ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ହେଉଛି ରଣବୀର-ଆଲିଆଙ୍କ ପ୍ରି ୱେଡିଙ୍ଗ ଫଙ୍କସନ୍‌

0

ଶେଷରେ ସେହି ମୁହୂ ର୍ ଆସିଯାଇଛି..ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ରୀତିନୀତି ଆରମ୍ଭ ହେବାକୁ ଯାଉଛି । ଲଭ ବାର୍ଡସ ରଣବୀର ଓ ଆଲିଆଙ୍କ ବିବାହ ପୂର୍ବ କାର୍ଯ୍ୟ ଆଜିଠୁ ଆରମ୍ଭ ହେବ । ଆଜି ମେହେନ୍ଦୀ ସେରିମନି ଅନୁଷ୍ଠିତ ହେବ । ବିବାହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରଣବୀରଙ୍କ ଘର ସମ୍ପୂର୍ଣ୍ଣ ଭାବେ ସଜାଯାଇଛିା ଆଲିଆ ଭଟ୍ଟଙ୍କ ଆପାର୍ଟମେଂଟ ବି ସେହି ବିଲ୍ଡିଂରେ । ଫୁଲ ଓ ଲାଇଟ୍‌ରେ ଘରକୁ ସୁନ୍ଦର ଭାବେ ସଜାଯାଇଛି । ସୂଚନା ଅନୁସାରେ , ପ୍ରି ୱେଡିଂ ଫଙ୍କସନ ଆଜିଠୁ ଆରମ୍ଭ ହେବ । ଏବଂ ଏବେ ସମସ୍ତଙ୍କୁ ବଲିଉଡର ମୋଷ୍ଟ ପରଫେକ୍ଟ କପଲ ଆଲିଆ ଓ ରଣବୀରଙ୍କ ୱେଡିଂ ଫଙ୍କସନର ଫଟୋ ଅପେକ୍ଷା ରହିଛି ।

ରଣବୀର କପୁର ଆଲିଆଙ୍କ ସହ ବାସ୍ତୁରେ ସାତ ଫେରେ ନେବେ । ସେହି ବିଲ୍ଡିଂରେ ଆଲିଆ ଓ ରଣବୀର ଉଭୟଙ୍କ ଘର । ବିବାହ ପୂର୍ବରୁ ବାସ୍ତୁକୁ ଏପ୍ରିଲ ୧୨ରୁ ଲାଇଟରେ ସଜେଇ ଦିଆଯାଇଛି । ସୋସିଆଲ ମିଡିଆରେ ଏହାର ବହୁ ଫଟୋ ଓ ଭିଡିଓ ସେୟାର ହୋଇଛି । ଯେଉଁଥିରେ ରଣବୀରଙ୍କ ଘର ଆଲୋକମାଳାରେ ଝଲସୁଥିବା ଦେଖିବାକୁ ମିଳିଛି । ନିଜ ଭାଇର ବାହାଘର ଦେଖିବାକୁ ସବୁ ଭଉଣୀଙ୍କ ସ୍ୱପ୍ନ ଥାଏ । ରିଧିମା କପୁର ବି ନିଜ ଭାଇ ରଣବୀରଙ୍କ ବିବାହକୁ ବହୁ ଏକ୍ସାଇଟେଡ ଅଛନ୍ତି । ନିଜ ଭାଇର ବାହାଘରରେ ଯୋଗଦେବାକୁ ନିଜ ସ୍ୱାମୀ ଓ ପିଲାଙ୍କ ସହ ମୁମ୍ବାଇ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଯେତେବେଳେ ତାଙ୍କୁ ରଣବୀରଙ୍କ ବିବାହ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ, ଜଲଦି ଦେଖାହେବା । ତେବେ ରଣବୀର ଓ ଆଲିଆଙ୍କ ବିବାହକୁ ସମସ୍ତେ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.