ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସରକାର ଓ ପୁଲିସ ବିରୋଧରେ ଅସନ୍ତୋଷ ଝାଡ଼ିଲେ ଧର୍ମେନ୍ଦ୍ର

0
  • ଛେଣ୍ଡିପଦାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ
  • କହିଲେ, ବିରୋଧୀ ରାଜନୈତିକ ଶକ୍ତିଙ୍କୁ ହିଂସାରେ ଶେଷ କରାଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି

ଅନୁଗୁଳ: ଛେଣ୍ଡିପଦା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି। ସଂପ୍ରତି ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ସାରା ରାଜ୍ୟରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ, ଯାହା ଓଡିଶା ପାଇଁ ଚିନ୍ତାର ବିଷୟ। ଅସହିଷ୍ଣୁତାର ରାଜନୈତିକ ହିଂସା ଘଟାଉଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ପୁଲିସ ଓ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଜରୁରୀ ହୋଇପଡିଛି।

ଶ୍ରୀ ପ୍ରଧାନ ଟ୍ବିଟ୍ କରି ଆହୁରି କହିଛନ୍ତି ଯେ ରାଜନୀତିରେ ହିଂସାର ସ୍ଥାନ ନାହିଁ। ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ଯୋଡ଼ିବା କଥା କହି ଅନ୍ୟ ପକ୍ଷରେ ହିଂସା କରି ବିରୋଧୀ ରାଜନୈତିକ ଶକ୍ତିଙ୍କୁ ଶେଷ କରିଦେବାର ଅଲିଖିତ ଘୋଷଣାନାମା ପରି ପରିସ୍ଥିତି ରାଜ୍ୟରେ ସୃଷ୍ଟି ହୋଇଛି।

Leave A Reply

Your email address will not be published.