ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭

0

ଭୁବନେଶ୍ବର: ଡିଜିଟାଲ ଭାବେ ଜନଗଣନା କରିବାକୁ ନେଇ ଦେଶରେ ଏକ ନୂତନ ପଦକ୍ଷେପ ଆରମ୍ଭ ହୋଇଛି। ଡିଜିଟାଲ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇଛି, ଯେଉଁଥିରେ ଜନସାଧାରଣ ନିଜେ ନିଜର ତଥ୍ୟ ଅନଲାଇନ୍‌ରେ ଦେଇପାରିବେ।

ଏହି ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ରାଜ୍ୟର ପ୍ରଥମ ନାଗରିକ ଡ. ହରିବାବୁ କମ୍ଭମପାଟି ଓ ସୁଲୋଚନା ଦାସ। ଉଭୟେ ଜନଗଣନା ପୋର୍ଟାଲରେ ନିଜର ତଥ୍ୟ ଦେଇ ସ୍ଵ ଗଣନାରେ ସାମିଲ ହୋଇଛନ୍ତି। ସେହିପରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଏହି ଡିଜିଟାଲ ଜନଗଣନାରେ ଯୋଗଦେଇ ନିଜର ତଥ୍ୟ ଅପଲୋଡ୍ କରିଛନ୍ତି।

ରାଜ୍ୟପାଳ କହିଛନ୍ତି ଯେ, ରାଜ୍ୟର ପ୍ରଥମ ନାଗରିକ ଭାବେ ଏହାର ଶୁଭାରମ୍ଭ କରିବା ତାଙ୍କ ଦାୟିତ୍ୱ। ସେ ଓଡ଼ିଶାବାସୀଙ୍କୁ ଏହି ଜନଗଣନାରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ନିଜର ତଥ୍ୟ ଦେଇପାରିବେ। ପରେ ଏପ୍ରିଲ ୧୬ରୁ ଜନଗଣନା ଅଧିକାରୀମାନେ ଘରେ ଘରେ ଯାଇ ସମ୍ପୂର୍ଣ୍ଣ ପ୍ରକ୍ରିୟା କରିବେ।

ଏହି ଡିଜିଟାଲ ଜନଗଣନା ବାଧ୍ୟତାମୂଳକ ନୁହେଁ, ବରଂ ବିକଳ୍ପ ଭାବେ ରଖାଯାଇଛି। ଜନଗଣନା ପାଇଁ ସରକାର ୩୩ଟି ପ୍ରଶ୍ନ ତିଆରି କରିଛନ୍ତି, ଯାହା ଆଧାରରେ ତଥ୍ୟ ସଂଗ୍ରହ କରାଯିବ। ମେୟର ସୁଲୋଚନା ଦାସ ମଧ୍ୟ ଭୁବନେଶ୍ୱରବାସୀଙ୍କୁ ସଚେତନ ନାଗରିକ ଭାବେ ସଠିକ ତଥ୍ୟ ଦେବାକୁ ଓ ଏହି ଡିଜିଟାଲ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି।

Leave A Reply

Your email address will not be published.