ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ଅଗ୍ନିକାଣ୍ଡରେ ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ

0

ଭୁବନେଶ୍ୱର କେଶରୀ ମଲ୍‌ରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ମଲରେ ଥିବା ୮ଟି ଦୋକାନ ଛାରଖାର୍ ହୋଇଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏକାଧିକ କପଡା ସୋ’ରୁମରେ ନିଆଁ ଲାଗିଥିବା ବେଳେ ମଲ ବନ୍ଦ ହେବା ବେଳେ ନିଆଁ ଲାଗିଥିବାରୁ କୌଣସି ଜୀବନ ହାନି ହୋଇନାହିଁ।

ଗତକାଲି ରାତି ପ୍ରାୟ ୧୧ଟା ପାଖାପାଖି ମଲର ୮ଟି ଦୋକାନରେ ନିଆଁ ଲାଗିଥିଲା। ଚାହୁଁଚାହୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଥିଲା। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମଲ୍‌ର କାଚ ଭାଙ୍ଗି ଭିତରେ ପଶି ନିଆଁକୁ ଆୟ କରିଥିଲେ। ସାରା ଅଂଚଳ ଧୂଆଁମୟ ହୋଇଯାଇଥିଲା। ଖବର ଅନୁସାରେ, ପ୍ରଥମେ ମଲ୍‌ର ଏକ ଗାରମେଣ୍ଟ ଦୋକାନରୁ ନିଆଁ ଲାଗିଥିଲା। ଏହା ପରେ ସାଙ୍ଗେ ସାଙ୍ଗେ ନିଆଁ ୮ଟି ଦୋକାନକୁ ବ୍ୟାପିଯାଇଥିଲା। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.