ପ୍ରମୁଖ ଖବର

୪୦ ଡିଗ୍ରି ଉପରେ ରାଜ୍ୟର ୩୦ ସହର: ତାଳଚେରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି‌ ରେକର୍ଡ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ
ଗୁରୁବାର ରାତିରେ ୧ ଘଣ୍ଟା ପାଇଁ ବନ୍ଦ ରହିବ ରେଳ ଟିକେଟ୍ ସଂରକ୍ଷଣ
୩ ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ, ଗ୍ରୀଷ୍ମ ପ୍ରବାହ ଓ ତାତି ବଢ଼ିବା ଯୋଗୁଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର
୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ

ନିର୍ଦେଶ ମିଳିଗଲା; ଧର୍ମେନ୍ଦ୍ର ଓ ଅଶ୍ବିନୀ ଓଡ଼ିଶାରୁ ଲଢ଼ିବେ

0

ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀ କହିଲେ, ଓଡ଼ିଶାରେ ଖେଳ ଆରମ୍ଭ ହୋଇଗଲାଣି

ଆଗକୁ ଅଧିକ ଆସନ ଲକ୍ଷ୍ୟ, ଖାରବେଳ ହୋଇପାରନ୍ତି ବାଲେଶ୍ବର ପ୍ରାର୍ଥୀ

ପ୍ରତାପ, ବସନ୍ତ, ସୁରେଶ, ନୀତେଶ ଗଙ୍ଗଦେବଙ୍କୁ ଦଳ ବିଧାନସଭାରୁ ଲଢ଼ାଇପାରେ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ। ଗୋଟିଏ ଗୋଷ୍ଠୀ ଚାପ ପକାଉଛନ୍ତି, ଧର୍ମେନ୍ଦ୍ର ଢେଙ୍କାନାଳରୁ ଛିଡା ହୁଅନ୍ତୁ। ଅବିଭକ୍ତ ଢେଙ୍କାନାଳ ତାଙ୍କର ଜନ୍ମସ୍ଥାନ ହୋଇଥିବା ପରିପ୍ରେକ୍ଷୀରେ ସମର୍ଥକମାନେ ଏହା ହିଁ ଚାହାନ୍ତି। କିନ୍ତୁ ଆଉ ଗୋଟିଏ ଗୋଷ୍ଠୀର ଚାପ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଲୋକସଭା ଆସନରୁ ଛିଡା ହୁଅନ୍ତୁ। ଦେଢ ବର୍ଷ ତଳେ ନିଜେ ଶ୍ରୀ ପ୍ରଧାନ ବୀର ସୁରେନ୍ଦ୍ର ସାଏଙ୍କ ଗାଁରେ ଗୋଟିଏ ସଭାରେ କହିଥିଲେ ଯେ ଯଦି ସମ୍ବଲପୁରର ବର୍ତମାନ ସାଂସଦ ନୀତେଶ ଗଙ୍ଗଦେବ ଚାହିଁବେ, ତେବେ ସେ ସମ୍ବଲପୁରକୁ ଆଗକୁ ପ୍ରତିନିଧିତ୍ବ କରିବେ। ଅର୍ଥାତ୍ ତାଙ୍କର ମନ ଢେଙ୍କାନାଳ ଅପେକ୍ଷା ସମ୍ବଲପୁରରେ ବେଶୀ ଅଛି।

କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହେଁ, ଆହୁରି ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ବି ସାମ୍ନାକୁ ଆସୁଛି। ବିଜେପି ଶିିବିରରୁ ମିଳୁଥିବା ଖବର ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ। ଆସନ୍ତା ସାଧାରଣ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ଲଢି ସେ ସଂସଦକୁ ଯାଆନ୍ତୁ, ଏକଥା ବିଜେପିର କେନ୍ଦ୍ରୀୟ ହାଇକମାଣ୍ଡ ଚାହାନ୍ତି। ଗୋଟିଏ ସୂତ୍ରରୁ ଖବର ଆସୁଛି ଯେ ଅଶ୍ବିନୀ କଟକରୁ ଲଢିବେ। ଉଭୟ ସ୍ଥାନରେ ରାଜ୍ୟ ସରକାର ଏକଦା ତାଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିଲେ ଓ ତାଙ୍କର ସେ ଅଞ୍ଚଳରେ ବେଶ୍ ଦବଦବା ରହିଛି। ଅନ୍ୟ ଗୋଟିଏ ଗୋଷ୍ଠୀ ଚାହୁଁଛନ୍ତି ଯେ ଅଶ୍ବିନୀ ବାଲେଶ୍ବରକୁ ପ୍ରତିନିଧିତ୍ବ କରନ୍ତୁ।

କେବଳ ଧର୍ମେନ୍ଦ୍ର କିମ୍ବା ଅଶ୍ବିନୀ ନୁହଁନ୍ତି, ବିଜେପି ୨୧ଟି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅତି ସନ୍ତର୍ପଣରେ ଗୋଟିଚାଳନା ଆରମ୍ଭ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଜଣେ କେନ୍ଦ୍ରମନ୍ତ୍ରୀ ନାମ ଗୋପନ ସର୍ତରେ କହିଛନ୍ତି ଯେ ଓଡ଼ିଶା ଦଖଲ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ଏହା ଏବେ ଅତି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଆଗକୁ ସମସ୍ତେ ଜାଣିପାରିବେ ଯେ ଓଡ଼ିଶାରେ ଶାସନ କ୍ଷମତା ଦଖଲ ପାଇଁ ବିଜେପି କି କି କାର୍ଯ୍ୟ କରିବ ଓ କିଭଳି ଢଙ୍ଗରେ କରିବ। ରଣନୀତିରେ ଅନେକ ପରିବର୍ତ୍ତନ ମଧ୍ୟ ହେବ।

ଗତ ନିର୍ବାଚନରେ ବିଜେପି ୮ଟି ଲୋକସଭା ଆସନ ଜିତିଥଲା। ହେଲେ ବିଧାନସଭାକୁ ମାତ୍ର ୨୩ଜଣ ଜିତିଥିଲେ। ରାଜ୍ୟସଭାର ଆବଶ୍ୟକତା ଦୃଷ୍ଟିରୁ ତଥା କେନ୍ଦ୍ରୀୟ ବିଲ୍ ଅନୁମୋଦନ ନିମନ୍ତେ ସହଯୋଗ ହାତେଇବା ଲାଗି ବିଜେପି ନିଜ ଆଡୁ ବିଜେପି ସହିତ ବନ୍ଧୁ ବାନ୍ଧିଥିଲା। ସଂପ୍ରତି ଜାତୀୟ ରାଜନୀତିରେ ଚିତ୍ର ବଦଳିଛି। ଓଡ଼ିଶାରେ ବିଜେପିର ସଂଗଠନ ପ୍ରଭାବଶୂନ୍ୟ ହୋଇଯାଇଥିଲେ ହେଁ ୩୦ ପ୍ରତିଶତ ଭୋଟର ବିଜେପି ଦଳ ସହିତ ଯୋଡି ହୋଇଯିବା ଘଟଣା ଏବେ କେନ୍ଦ୍ରୀୟ ବିଜେପିି ନେତାଙ୍କ ବିଶ୍ବାସକୁ ଫେରାଇ ଦେଇଛି। ସଂପୃକ୍ତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏତିକି ସଂଖ୍ୟକ ଭୋଟର ବିଜେପ ସହିତ ରହିବା କିଛି କମ୍ ନୁହେଁ। ଏହାକୁ ଆଗକୁ ନେବାକୁ ବିଜେପି ହାଇକମାଣ୍ଡ ନିର୍ଦେଶ ଦେଇଛନ୍ତି ଓ ଦଳ ଆସନ୍ତା ସାଧାରଣ ନିର୍ବାଚନକୁ ଫୋକସ୍ କରିବ। ଯେହେତୁ କେନ୍ଦ୍ରମନ୍ତ୍ରୀମାନେ ଏବେ ଓଡ଼ିଶାରେ ପ୍ରତ୍ୟକ୍ଷ ଭାବେ ଲଢିବେ, ଏଣୁ ବିଜେପିର ରଣନୀତି କଣ ହେବ, ସେଥିରୁ ଅନୁମାନ କରାଯାଇପାରେ।

ଏମିତିରେ ବି ପୁରୀରୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଭଳି ଜାତୀୟ ଚେହେରା ପ୍ରାର୍ଥୀ ହେବେ। ସେହିଭଳି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ରାଜ୍ୟ ରାଜନୀତିରେ ବଳ କଷିବେ। ଏମାନଙ୍କ ବ୍ୟତୀତ ଦଳର ବରିଷ୍ଠ ନେତା ଖାରବେଳ ସ୍ବାଇଁଙ୍କୁ ଏଥର ବିଜେପି ବାଲେଶ୍ବରରୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ। ତେବେ ବର୍ତମାନର ସାଂସଦ ନୀତେଶ ଗଙ୍ଗଦେବ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା ପ୍ରମୁଖ ଆସନ୍ତା ଥର ବିଧାନସଭା ଲଢିବା ସମ୍ଭାବନା ଅଧିକ। ଏମାନଙ୍କ ସ୍ଥାନରେ ଦଳ ନୂଆ ପ୍ରାର୍ଥୀ ତିଆରି କରୁଛି। ପୂର୍ବତନ ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କୁ ବିଜେପି ବିଧାନସଭା ଆସନରେ ଲଢ଼ାଇପାରେ। ସେହିଭଳି ଏକାଧିକ ବିଜେଡି ନେତା ଆସନ୍ତାଥର ବିଜେପି ଟିକେଟରେ ଲଢ଼ିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ଏହି ସୂତ୍ରରୁ ପ୍ରକାଶ।

ସ୍ମରଣଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୦୦ ମସିହାରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେବେ ବିଜେଡି-ବିଜେପି ମେଣ୍ଟ ଥିଲା। ପରେ ୨୦୦୪ରେ ସେ ଦେବଗଡ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ନିର୍ବାଚନମଣ୍ଡଳୀ ସୀମା ନିର୍ଧାରଣ ପରେ ଆସନ ଗୋଳମାଳ ହୋଇଗଲା। ସେବେ କେନ୍ଦ୍ରମନ୍ତ୍ରୀ ବିଧାନସଭା ଲଢି ପରାସ୍ତ ହୋଇଥିଲେ। କିନ୍ତୁ ପରେ ସେ ପ୍ରଥମେ ବିହାର ଓ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଦଳ ତାଙ୍କୁ ଆଗକୁ ରାଜ୍ୟସଭାରେ ଚାହୁଁନି, ବରଂ ଲାେକସଭାରେ ଦେଖିବାକୁ ଚାହୁଁଛି। କେନ୍ଦ୍ରମନ୍ତ୍ରୀ ଜାତୀୟ ରାଜନୀତିରେ ବ୍ୟସ୍ତ ଥିବା କାରଣରୁ ତାଙ୍କ ପତ୍ନୀ ମୃଦଳା ଠାକୁର ଏବେ ଓଡ଼ିଶାରେ କ୍ୟାମ୍ପ କରି ତାଙ୍କ ପାଇଁ ନିର୍ବାଚନମଣ୍ଡଳୀ ସଜାଡୁଛନ୍ତି। ସେହିଭଳି ଅଶ୍ବିନୀ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ଅଧିକ ସଂଖ୍ୟକ ବିଧାନସଭା ଆସନ ଜିତି ଆଗକୁ ଅଧିକ ରାଜ୍ୟସଭା ସାଂସଦ ପଠାଇବା ଲକ୍ଷ୍ୟରେ ରହିଛି ବିଜେପି।

Leave A Reply

Your email address will not be published.