ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଆଜିଠୁ ଆରମ୍ଭ +୨ ପରୀକ୍ଷା

0

ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି ।ଦୁଇ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ୧୧୩୩ ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ ୨,୧୩,୪୩୨ କଳା, ୭୮,୦୭୭ ବିଜ୍ଞାନ, ୨୪,୧୩୬ ବାଣିଜ୍ୟ ଏବଂ ୫,୮୬୩ ଜଣ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବେ । ପ୍ରଥମ ଦିନରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଓଡିଆ ପରୀକ୍ଷା ହେବ ।

ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟା ଯାଏ ଚାଲିବ । ଏହାପୂର୍ବରୁ ସକାଳ ୬ଟାରୁ ୨୦୨ଟି ହବ୍‌ରେ ଥିବା ପ୍ରଶ୍ନପତ୍ର ଗୁଡ଼ିକ ନିକଟସ୍ଥ ପରୀକ୍ଷା କେନ୍ଦ୍ରଗୁଡ଼ିକୁ କଡ଼ା ସୁରକ୍ଷା ଭିତରେ ପଠାଯିବ । ଛାତ୍ରଛାତ୍ରୀ ପରୀକ୍ଷାର ୩୦ ମିନିଟ୍‌ ପୂର୍ବରୁ କେନ୍ଦ୍ର ଭିତରକୁ ଯିବେ । ଆଉ ପରୀକ୍ଷା ଆରମ୍ଭର ୧୫ ମିନିଟ୍‌ ପୂର୍ବରୁ ସେମାନେ ଗୃହରେ ପହଞ୍ଚିବେ । ଅଧଘଣ୍ଟା ପରେ କୌଣସି ପରୀକ୍ଷାର୍ଥୀଙ୍କୁ ଆଉ କେନ୍ଦ୍ର ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ଏଥର ପରୀକ୍ଷାର୍ଥୀଙ୍କୁ ୨୮ ପୃଷ୍ଠା ବିଶିଷ୍ଟ ଗୋଟିଏ ଉତ୍ତର ଖାତା ଦିଆଯିବ । ଆଉ ଅତିରିକ୍ତ ଖାତା ମିଳିବ ନାହିଁ । ପ୍ରଶ୍ନପତ୍ର ୪ଟି ସେଟ୍‌ର ରହିଛି । ସେଟ୍‌ ଅନୁସାରେ ଛାତ୍ରଛାତ୍ରୀଙ୍କ ବସିବା ସ୍ଥାନକୁ ପ୍ରସ୍ତୁତ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ପରୀକ୍ଷାର ୧୦ ମିନିଟ୍‌ ପୂର୍ବରୁ ଉତ୍ତରଖାତା ଓ ୫ ମିନିଟ୍‌ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ ।

କପି ରୋକିବାକୁ ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିଛି । ତ୍ରିସ୍ତରୀୟ ସ୍କ୍ୱାଡ୍‌ ବ୍ୟବସ୍ଥା ହୋଇଛି । ଏହାସହ ଜିଲ୍ଲା ଶିକ୍ଷା ଅଧିକାରୀ, ଆଞ୍ଚଳିକ ଶିକ୍ଷା ଅଧିକାରୀ ଓ ବିଭାଗର ଅନ୍ୟ ଅଧିକାରୀମାନେ ପରୀକ୍ଷା ତଦାରଖ କରିବେ । ପ୍ରଶ୍ନପତ୍ର ବା ଉତ୍ତର ଖାତା ଆଦି ବିଷୟରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି । ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରୀକ୍ଷା ସମୟରେ କେନ୍ଦ୍ରକୁ କୌଣସି ଛାତ୍ରଛାତ୍ରୀ, ପରୀକ୍ଷକ ତଥା ଅନ୍ୟ କର୍ମଚାରୀମାନେ ମୋବାଇଲ୍‌ ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି ବିଭାଗ । କରୋନା କଟକଣା ଓ ଖରାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ପର୍ଯ୍ୟାପ୍ତ ପାଣି ମହଜୁଦ ରଖିବା ସହ ନିରବଚ୍ଛିନ ବିଜୁଳି ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.