ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଅଭିନେତ୍ରୀ ଜ୍ୟାକଲିନଙ୍କ ସମ୍ପତ୍ତି ଜବତ କଲା ଇଡି

0

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲାରେ ଅଭିନେତ୍ରୀଙ୍କ ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଇଡି ଜବତ କରିଛି। ନିକଟରେ ଇଡି ଚନ୍ଦ୍ରଶେଖରଙ୍କୁ ୫ ବର୍ଷର ପୁଣା ଠକେଇ ମାମଲାରେ ଗିରଫ କରିଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନାନୁସାରେ, ସୁକେଶ ଚନ୍ଦ୍ରଶେଖର ଜୋର ଜବରଦସ୍ତ ଟଙ୍କା ଆଦାୟ କରି ଜ୍ୟାକଲିନଙ୍କୁ ୫କୋଟି ୭୧ ଲକ୍ଷ ଟଙ୍କାର ଉପହାର ଦେଇଥିଲେ । ଏପରିକି ଜ୍ୟାକଲିନଙ୍କ ପରିବାର ଲୋକଙ୍କୁ ମଧ୍ୟ ପଇସା ପଠାଇଥିବା ସୂଚନା ରହିଛି । ତାଙ୍କ ପରିବାରକୁ ୧ଲକ୍ଷ ୭୩ ହଜାର ଆମେରିକୀୟ ଡଲାର ଓ ୨୭ ହଜାର ଅଷ୍ଟ୍ରେଲିଆନ୍ ଡଲାର ସୁକେଶ ଦେଇଥିବା ଜଣାପଡ଼ିଛି । ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨ଶହ କୋଟି ଟଙ୍କାର ମନି ଲଣ୍ଡ୍ରିଂ ଅଭିଯୋଗ ମାମଲାରେ ତଦନ୍ତ କରୁଛି ଇଡି । ଏଥିରେ ଜ୍ୟାକଲିନଙ୍କ ସଂପୃକ୍ତି ନେଇ ମଧ୍ୟ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି ।

ଏହି ମାମଲାରେ ଜ୍ୟାକଲିନଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତି ଜବତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ନାଁରେ ଜାଲ କାଗଜ ପତ୍ର କରି ଦିଲ୍ଲୀର ଜଣେ ଶିଳ୍ପପତିଙ୍କ ସ୍ତ୍ରୀଙ୍କ ଠାରୁ ସୁକେଶ ଚନ୍ଦ୍ରଶେଖର ଟଙ୍କା ଆଦାୟ କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ଗତବର୍ଷ ଗିରଫ ହୋଇଥିଲେ ସୁକେଶ । ମାମଲାରେ ସଂପୃକ୍ତି ଅଭିଯୋଗ ନେଇ ଜ୍ୟାକଲିନଙ୍କୁ ଇଡି ସମନ ଜାରି କରିଥିଲା । ଗତବର୍ଷ ଅକ୍ଟୋବର ମାସରେ ଇଡି ସାମ୍ନାରେ ହାଜର ହୋଇଥିଲେ ଜ୍ୟାକଲିନ୍ । ତାଙ୍କୁ ୭ ଘଣ୍ଟା ଧରି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା। 

Leave A Reply

Your email address will not be published.