ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଅଭିନେତ୍ରୀ ଜ୍ୟାକଲିନଙ୍କ ସମ୍ପତ୍ତି ଜବତ କଲା ଇଡି

0

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲାରେ ଅଭିନେତ୍ରୀଙ୍କ ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଇଡି ଜବତ କରିଛି। ନିକଟରେ ଇଡି ଚନ୍ଦ୍ରଶେଖରଙ୍କୁ ୫ ବର୍ଷର ପୁଣା ଠକେଇ ମାମଲାରେ ଗିରଫ କରିଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନାନୁସାରେ, ସୁକେଶ ଚନ୍ଦ୍ରଶେଖର ଜୋର ଜବରଦସ୍ତ ଟଙ୍କା ଆଦାୟ କରି ଜ୍ୟାକଲିନଙ୍କୁ ୫କୋଟି ୭୧ ଲକ୍ଷ ଟଙ୍କାର ଉପହାର ଦେଇଥିଲେ । ଏପରିକି ଜ୍ୟାକଲିନଙ୍କ ପରିବାର ଲୋକଙ୍କୁ ମଧ୍ୟ ପଇସା ପଠାଇଥିବା ସୂଚନା ରହିଛି । ତାଙ୍କ ପରିବାରକୁ ୧ଲକ୍ଷ ୭୩ ହଜାର ଆମେରିକୀୟ ଡଲାର ଓ ୨୭ ହଜାର ଅଷ୍ଟ୍ରେଲିଆନ୍ ଡଲାର ସୁକେଶ ଦେଇଥିବା ଜଣାପଡ଼ିଛି । ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨ଶହ କୋଟି ଟଙ୍କାର ମନି ଲଣ୍ଡ୍ରିଂ ଅଭିଯୋଗ ମାମଲାରେ ତଦନ୍ତ କରୁଛି ଇଡି । ଏଥିରେ ଜ୍ୟାକଲିନଙ୍କ ସଂପୃକ୍ତି ନେଇ ମଧ୍ୟ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି ।

ଏହି ମାମଲାରେ ଜ୍ୟାକଲିନଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତି ଜବତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ନାଁରେ ଜାଲ କାଗଜ ପତ୍ର କରି ଦିଲ୍ଲୀର ଜଣେ ଶିଳ୍ପପତିଙ୍କ ସ୍ତ୍ରୀଙ୍କ ଠାରୁ ସୁକେଶ ଚନ୍ଦ୍ରଶେଖର ଟଙ୍କା ଆଦାୟ କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ଗତବର୍ଷ ଗିରଫ ହୋଇଥିଲେ ସୁକେଶ । ମାମଲାରେ ସଂପୃକ୍ତି ଅଭିଯୋଗ ନେଇ ଜ୍ୟାକଲିନଙ୍କୁ ଇଡି ସମନ ଜାରି କରିଥିଲା । ଗତବର୍ଷ ଅକ୍ଟୋବର ମାସରେ ଇଡି ସାମ୍ନାରେ ହାଜର ହୋଇଥିଲେ ଜ୍ୟାକଲିନ୍ । ତାଙ୍କୁ ୭ ଘଣ୍ଟା ଧରି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା। 

Leave A Reply

Your email address will not be published.