ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଚମକେଇଦେଲା ହନୁ ମାଙ୍କଡ

0

ଭୁବନେଶ୍ବର: ଦେହ ଖରାପ ହେଲେ ଯେକୌଣସି ବ୍ୟକ୍ତି ଡାକ୍ତରଖାନା ଯାଇଥାନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ ବା ଅନେକ ସମୟରେ ବୟସ୍କ ବା ପରିବାରର ମହିଳାମାନଙ୍କ କ୍ଷେତ୍ରରେ ସଂପର୍କୀୟ ବି ଡାକ୍ତରଖାନା ନେବାର ନଜିର ରହିଛି। ହେଲେ କୌଣସି ପଶୁ କେବେ ଆପେ ଆପେ ଅସୁସ୍ଥତା କାରଣରୁ ଡାକ୍ତରଖାନା ଯିବା କଥା ଆପଣ ଶୁଣିଛନ୍ତି କି?

ହଁ, ଆଜ୍ଞା। ଏମିତି ଏକ ଘଟଣା ଘଟିଛି ରାଜଧାନୀରେ। ରାଜ୍ୟର ପ୍ରଥମ ଘରୋଇ ପଶୁ ଚିକିତ୍ସାଳୟ ଉଦଘାଟନ ପରେ ପରେ ଏମିତି ଗୋଟିଏ ପରିସ୍ଥିତି ଉପୁଜିଥିଲା, ଯାହାକୁ ନେଇ ସବୁଠି ଚର୍ଚ୍ଚା। ଏହି ଫଟୋ ବି ଭାଇରାଲ୍ ହେବାରେ ଲାଗିଛି। ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ରଙ୍କ ସହିତ ଏମିତି ଗୋଟିଏ ଘଟଣା ଘଟିଛି।

ଶୁକ୍ରବାର ପଶୁ ଚିକିତ୍ସାଳୟ ଉଦଘାଟନ ପରେ ପରେ ସେଠାରେ ହଠାତ୍ ଗୋଟିଏ ହନୁ ମାଙ୍କଡର ଆବିର୍ଭାବ ଘଟିଥିଲା। ସେ ସିଧା ଆସି ବସିଥିଲା ଡାକ୍ତର ଅଶୋକ ମହାପାତ୍ରଙ୍କ ପାଖରେ। ତାଙ୍କ ହାତକୁ ଭିଡି ଧରିଥିଲା। ଯେତେ ଯିଏ ଘଉଡାଇଲେ ବି ସେ ଚଙ୍କି ନଥିଲା। ଖାଇବାକୁ ଦେଲେ ବି ସେ ତାହାକୁ ଗ୍ରହଣ କରିନଥିଲା। ଡାକ୍ତର ମହାପାତ୍ର ପଶୁର ଅବସ୍ଥା ବୁଝିପାରିଲେ। ସେ ଯେ ଅସୁସ୍ଥ ଅଛି, ଏକଥା ଜଣାପଡିଗଲା। ଆଉ ତୁରନ୍ତ ଚିକିତ୍ସା ପାଇଁ ପଦକ୍ଷେପ ନିଆଗଲା। ତାର ପେଟରେ କଷ୍ଟ ହେଉଥିବା ଡାକ୍ତର ଅନୁଭବ କରି ଚିକିତ୍ସା ଆରମ୍ଭ କରିଥିଲେ।

କିଛି ସମୟ ପରେ ସେ ସୁସ୍ଥ ଅନୁଭବ କରିଥିଲା। ଆଉ ତା ପରେ ଖୁସି ମନରେ ଡେଇଁ ଡେଇଁ ଚାଲିଯାଇଥିଲା। କୌଣସି ଗୋଟିଏ ପଶୁ ଆପେ ଆପେ ଡାକ୍ତରଖାନା ଆସିବା ଘଟଣା ଅଲୌକିକ ମନେ ହେଉନାହିଁ କି? କିଛି ବୟସ୍କ ବ୍ୟକ୍ତି, ଅନ୍ୟ କିଛି କଥା ବି କହୁଛନ୍ତି। ସ୍ବୟଂ ହନୁମାନ ନିଜେ ଆସି ପ୍ରଥମେ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରିଥିବା କୁହାଯାଉଛି। ଏହାକୁ ଶୁଭ ଘଟଣା ବୋଲି କହୁଛନ୍ତି।

Leave A Reply

Your email address will not be published.