ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଓଡ଼ିଶା ଦେଇ ନିଶା ଯାଉଛି ଅନ୍ୟ ରାଜ୍ୟକୁ

0
  • ୧୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହେଲା
  • ପୁରୀରୁ ୨୫୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ବି
  • କୋରାପୁଟ ଓ ରାଜଧାନୀରୁ ଧରାପଡିଲା ଗଞ୍ଜେଇ

ଭୁବନେଶ୍ବର: ଅଳ୍ପ କିଛି ଘଣ୍ଟା ବ୍ୟବଧାନରେ ଓଡ଼ିଶାରୁ ୧୨୫୦ କେଜିରୁ ଅଧିକ ଓଜନର ଗଞ୍ଜେଇ ଜବତ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ଯ ବାହାରକୁ ଚାଲାଣ ବେଳେ କୋରାପୁଟ ଲମତାପୁଟରୁ ୭୫୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏପଟେ ରାଜଧାନୀରୁ ଏନସିବି ଆଉ ୫୦୬ କେଜି ଧରିଛି। ଏହି ଘଟଣା ସୂଚାଇ ଦେଉଛି ଯେ ଗଞ୍ଜେଇ ଚୋରା ଚାଲାଣ ଏବେ ବ୍ୟାପକ ଭାବେ ଚାଲିଛି।

କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ପୁଲିସକୁ ଏକ ବଡ ସଫଳତା ମିଳିଛି। ସଂପୃକ୍ତ ଥାନା ଅଧୀନସ୍ଥ କଣ୍ଟାଗାଁ ଜଙ୍ଗଲରୁ ୭୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏସବୁ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ବେଳେ ଉଭୟ ଲମତାପୁଟ ଓ ମାଛକୁଣ୍ଡ ପୁଲିସ୍‌ ଚଢ଼ାଉ କରିଥିଲେ। ତେବେ ଘଟଣାସ୍ଥଳରୁ ସବୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲ ପ୍ରାଥମିକ ଭାବେ କୁହାଯାଇଛି।

ଏପଟେ ଭୁବନେଶ୍ବରରୁ ଏନସିବି ୫୦୬ କେଜି ଗଞ୍ଜେଇ ଜବତ କରିଛି। ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଏନସିବି ଚନ୍ଦକା ନିକଟରେ ଏହି ଚାଲାଣକାରୀଙ୍କୁ ଅଟକାଇଥିଲା। ଗୋଟିଏ ଟ୍ରକ୍ (ପିବି-୧୧ସିଆର୍-୨୯୫୮)କୁ ଅଟକାଇ ତନଖି ବେଳେ ଏହି ଟିମକୁ ଗଞ୍ଜେଇ ମିଳିଥିଲା। ପିତାପଲ୍ଲୀ-ବାରଙ୍ଗରୋଡରୁ ଏହାକୁ ଜବତ କରାଯାଇଥିଲା। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବଲଓ୍ବାନ ସିଂହ (୩୧), ଯଶପାଲ ସିଂହ (୩୫) ଏବଂ ଯଶନୁର୍ ସିଂହ (୨୧)। ଏମାନଙ୍କ ମଧ୍ୟରୁ ବଲଓ୍ବାନ ଓ ଯଶନୁର୍ ଘର ପଞ୍ଜାବରେ ହୋଇଥିବା ବେଳେ ଯଶପାଲ ଘର ହରିୟାଣା ହିସାରରେ ବୋଲି ଜଣାପଡିଛି। ଏହି ଗଞ୍ଜେଇ ଆନ୍ଧ୍ର ପ୍ରଦେଶରୁ ହରିୟାଣା ହିସାରକୁ ଯାଉଥିବା ସୂଚନା ମିଳିଛି। ତେବେ ଏସବୁ କୋରାପୁଟରୁ ଆନ୍ଧ୍ରପ୍ରଦେଶ ଯାଇଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

ସେପଟେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ପୁରୀରୁ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ୨୫୫ ଗ୍ରାମ୍ ବ୍ରାଉନସୁଗାରର ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୪ ମୋବାଇଲ୍, ୩ଟି ବାଇକ୍ ଓ ଗୋଟିଏ କାର୍ ଜବତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.