ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ନିଆଁ ଲାଗି ମା’ ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ

0

ବାରିପଦା: ରାତିରେ ମା’ ପାଖରେ ଶୋଇଥିଲେ ୨ ନିରୀହ ଶିଶୁ। ହଠାତ୍‌ ରାତିରେ ଘରେ ନିଆଁ ଲାଗିଥିବା ବେଳେ ମା’ ସହ ଜୀବନ୍ତ ଦଗ୍ଧ ହୋଇଗଲେ ୨ କଅଁଳା ଶିଶୁ। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହିଠାରେ ଗତରାତିରେ ଘଟିଛି। ମୃତକ ୩ ଜଣ ହେଲେ ସୁରୁକୁନି ମାର୍ଣ୍ଡି (୨୪) , ୬ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ମାସର ପୁଅ ଜଗଦୀଶ ମାର୍ଣ୍ଡି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ୍‌ ସୁରୁକୁନିଙ୍କ ସ୍ୱାମୀ ମଙ୍ଗଲ ମାର୍ଣ୍ଡିଙ୍କୁ ଅଟକ ରଖିଛି।

ଗତ ରାତିରେ ପରିବାରର ସମସ୍ତେ ଶୋଇଥିବା ବେଳେ ହଠାତ୍‌  ଅଗ୍ନିକାଣ୍ଡ ଲାଗିଥିବା ମଙ୍ଗଲ ପୁଲିସ୍‌ ସମ୍ମୁଖରେ ପ୍ରକାଶ କରିଛନ୍ତି। ଖବର ପାଇବା ମାତ୍ରେ ସାରସକଣା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ସୁରୁକୁନିଙ୍କ ସମେତ ତାଙ୍କ ପୁଅଝିଅ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ତେବେ ରାତି ଅଧରେ ସମସ୍ତେ ଶୋଇଥିବା ବେଳେ ନିଆଁ  କିପରି ଲାଗିଲା,ଏହା ଏକ ଦୁର୍ଘଟଣା ନା ଏହା ପଛରେ କାହାର ହାତ ଅଛି ତାହାର ତଦନ୍ତ ଚଳାଇଛି ପୁଲିସ୍‌ । 

ବାରିପଦାରୁ ସାଇଣ୍ଟିଫିକ ଟିମ୍‌ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜକୁ ପଠାଯିବ ବୋଲି ଡିଏସପି  ମୁକ୍ତି କୁମାର କୁଲୁ ପ୍ରକାଶ କଟିଛନ୍ତି।

Leave A Reply

Your email address will not be published.