ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ମେ ୧୬ରେ ମୋଦୀଙ୍କ ନେପାଳ ଗସ୍ତ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ଗସ୍ତରେ ଯିବେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ସେ ପଡୋଶୀ ଦେଶ ନେପାଳ ଗସ୍ତ କରିବେ । ଏହି ଗସ୍ତ ବେଳେ ସେ ଲୁମ୍ବିନୀ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ଶେର ବାହାଦୂର ଦେଉୱାଙ୍କୁ ସାକ୍ଷାତ କରିବେ । ୨୦୧୪ ପରେ ଏହା ମୋଦିଙ୍କର ପଞ୍ଚମ ନେପାଳ ଗସ୍ତ । ଲୁମ୍ବିନୀର ମାୟାଦେବୀ ମନ୍ଦିରରେ ପୂଜାର୍ଚ୍ଚନା  କରିବା ସହ ଇଣ୍ଡିଆ ଇଣ୍ଟର ନ୍ୟାସନାଲ ସେଣ୍ଟର ଫର ବୁଦ୍ଧ କଲ୍ଚର ଆଣ୍ଡ ହ୍ୟାରିଟେଜର ଶିଳାନ୍ୟାସ ଉତ୍ସବରେ ସାମିଲ ହେବେ।

ପ୍ରଧାନମନ୍ତ୍ରୀ ମୋଦି ନେପାଳ ସରକାରଙ୍କ ଦ୍ୱାରା ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋହରେ ସାମିଲ ହୋଇ ସମ୍ବୋଧନ କରିବେ । ଗତମାସରେ ଭାରତ ଗସ୍ତରେ ଆସିଥିବା ନେପାଳ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ମୋଦି ସେଠାକୁ ଯାଉଛନ୍ତି । ନେପାଳ ସହ ଭାରତର ସମ୍ପର୍କ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି । ଏହାକୁ ଆହୁରି ମଜବୁତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କଥାବର୍ତ୍ତା ଅନୁଷ୍ଠିତ ହେବ ।

Leave A Reply

Your email address will not be published.