ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ମେ ୧୬ରେ ମୋଦୀଙ୍କ ନେପାଳ ଗସ୍ତ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ଗସ୍ତରେ ଯିବେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ସେ ପଡୋଶୀ ଦେଶ ନେପାଳ ଗସ୍ତ କରିବେ । ଏହି ଗସ୍ତ ବେଳେ ସେ ଲୁମ୍ବିନୀ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ଶେର ବାହାଦୂର ଦେଉୱାଙ୍କୁ ସାକ୍ଷାତ କରିବେ । ୨୦୧୪ ପରେ ଏହା ମୋଦିଙ୍କର ପଞ୍ଚମ ନେପାଳ ଗସ୍ତ । ଲୁମ୍ବିନୀର ମାୟାଦେବୀ ମନ୍ଦିରରେ ପୂଜାର୍ଚ୍ଚନା  କରିବା ସହ ଇଣ୍ଡିଆ ଇଣ୍ଟର ନ୍ୟାସନାଲ ସେଣ୍ଟର ଫର ବୁଦ୍ଧ କଲ୍ଚର ଆଣ୍ଡ ହ୍ୟାରିଟେଜର ଶିଳାନ୍ୟାସ ଉତ୍ସବରେ ସାମିଲ ହେବେ।

ପ୍ରଧାନମନ୍ତ୍ରୀ ମୋଦି ନେପାଳ ସରକାରଙ୍କ ଦ୍ୱାରା ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋହରେ ସାମିଲ ହୋଇ ସମ୍ବୋଧନ କରିବେ । ଗତମାସରେ ଭାରତ ଗସ୍ତରେ ଆସିଥିବା ନେପାଳ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ମୋଦି ସେଠାକୁ ଯାଉଛନ୍ତି । ନେପାଳ ସହ ଭାରତର ସମ୍ପର୍କ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି । ଏହାକୁ ଆହୁରି ମଜବୁତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କଥାବର୍ତ୍ତା ଅନୁଷ୍ଠିତ ହେବ ।

Leave A Reply

Your email address will not be published.