ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ
ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ
ଦେଶର ୫୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ବି.ଆର.ଗଭାଇ
ରାଜଧାନୀରେ ପୁଣି ପିଲା ଚୋରି
ୟୁପିଏସସିର ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର
ପାକିସ୍ତାନରୁ ଫେରିଲେ ବିଏସଏଫ ଯବାନ ପିକେ ସାଁ, ଭାରତ ମଧ୍ୟ ଫେରାଇଲା ରେଞ୍ଜର

ନନ୍ଦନକାନନ ଭିତରେ ପର୍ଯ୍ୟଟକଙ୍କୁ ଆକ୍ରମଣ

0

ଭୁବନେଶ୍ବର: ନନ୍ଦନକାନନ ପରିସରରେ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ କଲେ କର୍ମଚାରୀ। ସଫାରୀ ବସ୍ କର୍ମଚାରୀ ଗୋଡାଇ ଗୋଡାଇ ପିଟୁଥିବାରୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ନନ୍ଦନକାନନରାରେ ସଫାରୀ ବସ୍ ଟିକେଟକୁ କେନ୍ଦ୍ର କରି ଏପରି ଆକ୍ରମଣ ହୋଇଛି । ଏଥିରେ ଛତିଶଗଡ଼ରୁ ଆସିଥିବା ତିନି ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ସେମାନଙ୍କୁ ସଫାରୀ ବସ୍ କର୍ମଚାରୀ ଆକ୍ରମଣ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି ।

ଛତିଶଗଡ଼ରୁ ଆସିଥିବା  ପ୍ରାୟ ୨୬ ପର୍ଯ୍ୟଟକ ସଫାରୀ ବୁଲିବାକୁ ଟିକେଟ କାଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ବୁଲିବାକୁ ସଫାରୀ ଗାଡ଼ି ମିଳିନଥିଲା । ଏହାକୁ ନେଇ ପର୍ଯ୍ୟଟକମାନେ ସଫାରୀ କାଉଣ୍ଟରରେ ପାଟିଗୋଳ କରିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସଫାରୀ କର୍ମଚାରୀ  ସେମାନଙ୍କୁ ଠେଲାପେଲା କରିଥିଲେ । ଉତ୍ତେଜନା ବଢିବାରୁ ସଫାରୀ କର୍ମଚାରୀ ସ୍ଥାନୀୟ ଅଂଚଳର ପ୍ରାୟ ୫୦ ଲୋକଙ୍କୁ ଡାକି ଦେଇଥିଲେ। ପରେ ସେମାନେ ମିଳିତ ଭାବେ    ସଫାରୀ କାଉଣ୍ଟର ନିକଟରେ ଥିବା ଷ୍ଟିଲ ରଡ ଓପାଡ଼ି ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏହି ଆକ୍ରମଣ ଯୋଗୁ ୫ ଜଣ ଗୁରୁତର ହୋଇଛନ୍ତି ।

ଆହତ ପର୍ଯ୍ୟଟକମାନେ ନନ୍ଦନକାନନ ଥାନାରେ ବସ୍ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ବସ୍ କର୍ମଚାରୀମାନେ ମଧ୍ୟ ପର୍ଯ୍ୟଟକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଠି ପ୍ରଶ୍ନ ଉଠୁଛି ପର୍ଯ୍ୟଟକଙ୍କୁ କାହିଁକି ମାଡ ମାରିଲେ ସଫାରୀ କର୍ମଚାରୀ । ସେମାନଙ୍କୁ ମାଡ଼ ମାରିବାକୁ ଅଧିକାର ଦେଲା କିଏ ? ଏହି ସମୟରେ କ’ଣ କରୁଥିଲେ ନନ୍ଦନକାନନ କର୍ତ୍ତୃରକ୍ଷ ?

Leave A Reply

Your email address will not be published.