ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ

0

ଚଣ୍ଡିଗଡ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ ମେଡିକାଲ ଚେକ୍‌ଅପ୍ ହେବ ବୋଲି ଖବର ମିଳିଛି।

ସୂଚନା ମୁତାବକ, ସିଦ୍ଧୁ ଜେଲରେ ମିଳୁଥିବା ରୁଟି ଏବଂ ଡାଲି ଖାଇବାକୁ ସିଧା ସିଧା ମନା କରିଦେଇଛନ୍ତି। ତାଙ୍କ ଓକିଲଙ୍କ କହିବା ମୁତାବକ,ସିଦ୍ଧୁଙ୍କର ଗହମ ପ୍ରତି ଆଲର୍ଜି ଅଛି, ତା ସହିତ ତାଙ୍କର ଲିଭର ସମସ୍ୟା ମଧ୍ୟ ରହିଛି। ଏହି କାରଣରୁ ସିଦ୍ଧୁ ଜେଲ ପ୍ରଶାସନକୁ ସ୍ପେଶାଲ ଡାଏଟ୍ ପ୍ଲାନ୍ କରିବାକୁ ଦାବି କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ଚେକଅପ୍ ପାଇଁ ନିଆଯାଇଛି। ଚେକ୍‌ଅପ୍‌ ପରେ ତାଙ୍କୁ ଜେଲରେ ସ୍ପେଶାଲ ଖାଦ୍ୟ ଦିଆଯାଇପାରେ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ ସିଦ୍ଧୁଙ୍କୁ ଏବେ ରାଜେନ୍ଦ୍ର ହସ୍ପିଟାଲ ନିଆଯାଇଛି । ତାଙ୍କର ମେଡ଼ିକାଲ ଚେକଅପ କରାଯାଉଛି । ପ୍ରକାଶ ଯେ ଜିଲ୍ଲା ପ୍ରଶାସନ ଦ୍ବାରା ମେଡ଼ିକାଲ ବୋର୍ଡ ଗଠନ କରାଯାଉଛି । ଏହି ବୋର୍ଡ ସିଦ୍ଧୁଙ୍କ ଲାଗି ଡାଏଟ ପ୍ଲାନ ପ୍ରସ୍ତୁତ କରିବ । ସିଦ୍ଧୁ କହିଛନ୍ତି ଯେ ତାଙ୍କୁ ଗହମରେ ଏଲର୍ଜୀ ରହିଛି, ଏପରିସ୍ଥଳେ ସେ ଜେଲର ଖାଦ୍ୟ ଖାଇବାକୁ ମନା କରି ଦେଇଛନ୍ତି । ସେ ଜେଲର ଡାଲି- ରୁଟି ଖାଉନାହାନ୍ତି । ସେ କେବଳ ସାଲାଡ୍ ଖାଇ ରହୁଛନ୍ତି ।କୋର୍ଟ ତାଙ୍କର ମେଡ଼ିକାଲ ଚେକଅପ୍ ରିପୋର୍ଟ ଅପରାହ୍ନ ୪ଟା ସୁଦ୍ଧା ମାଗିଛନ୍ତି ।

Leave A Reply

Your email address will not be published.