ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ

0

ଚଣ୍ଡିଗଡ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ ମେଡିକାଲ ଚେକ୍‌ଅପ୍ ହେବ ବୋଲି ଖବର ମିଳିଛି।

ସୂଚନା ମୁତାବକ, ସିଦ୍ଧୁ ଜେଲରେ ମିଳୁଥିବା ରୁଟି ଏବଂ ଡାଲି ଖାଇବାକୁ ସିଧା ସିଧା ମନା କରିଦେଇଛନ୍ତି। ତାଙ୍କ ଓକିଲଙ୍କ କହିବା ମୁତାବକ,ସିଦ୍ଧୁଙ୍କର ଗହମ ପ୍ରତି ଆଲର୍ଜି ଅଛି, ତା ସହିତ ତାଙ୍କର ଲିଭର ସମସ୍ୟା ମଧ୍ୟ ରହିଛି। ଏହି କାରଣରୁ ସିଦ୍ଧୁ ଜେଲ ପ୍ରଶାସନକୁ ସ୍ପେଶାଲ ଡାଏଟ୍ ପ୍ଲାନ୍ କରିବାକୁ ଦାବି କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ଚେକଅପ୍ ପାଇଁ ନିଆଯାଇଛି। ଚେକ୍‌ଅପ୍‌ ପରେ ତାଙ୍କୁ ଜେଲରେ ସ୍ପେଶାଲ ଖାଦ୍ୟ ଦିଆଯାଇପାରେ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ ସିଦ୍ଧୁଙ୍କୁ ଏବେ ରାଜେନ୍ଦ୍ର ହସ୍ପିଟାଲ ନିଆଯାଇଛି । ତାଙ୍କର ମେଡ଼ିକାଲ ଚେକଅପ କରାଯାଉଛି । ପ୍ରକାଶ ଯେ ଜିଲ୍ଲା ପ୍ରଶାସନ ଦ୍ବାରା ମେଡ଼ିକାଲ ବୋର୍ଡ ଗଠନ କରାଯାଉଛି । ଏହି ବୋର୍ଡ ସିଦ୍ଧୁଙ୍କ ଲାଗି ଡାଏଟ ପ୍ଲାନ ପ୍ରସ୍ତୁତ କରିବ । ସିଦ୍ଧୁ କହିଛନ୍ତି ଯେ ତାଙ୍କୁ ଗହମରେ ଏଲର୍ଜୀ ରହିଛି, ଏପରିସ୍ଥଳେ ସେ ଜେଲର ଖାଦ୍ୟ ଖାଇବାକୁ ମନା କରି ଦେଇଛନ୍ତି । ସେ ଜେଲର ଡାଲି- ରୁଟି ଖାଉନାହାନ୍ତି । ସେ କେବଳ ସାଲାଡ୍ ଖାଇ ରହୁଛନ୍ତି ।କୋର୍ଟ ତାଙ୍କର ମେଡ଼ିକାଲ ଚେକଅପ୍ ରିପୋର୍ଟ ଅପରାହ୍ନ ୪ଟା ସୁଦ୍ଧା ମାଗିଛନ୍ତି ।

Leave A Reply

Your email address will not be published.