ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆଜି ବସୁଛି ରଥଯାତ୍ରା ସମନ୍ବୟ କମିଟି ବୈଠକ

0

ପୁରୀ: ଆସନ୍ତା ଜୁଲାଇ ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏହା ପୂର୍ବରୁ ଆଜି ବସୁଛି ରଥଯାତ୍ରା ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ, ପୌର ସଂସ୍ଥା ଓ ଜନସ୍ୱାସ୍ଥ୍ୟ ବିଭାଗ ଆଦିକୁ ଆକ୍ସନ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ।

ଏହା ସହ ବୈଠକରେ ରଥକାଠ, କନା ଓ ଦଉଡି ଯୋଗାଣ, ରଥ ନିର୍ମାଣ, ସ୍ୱାସ୍ଥ୍ୟ, ପରିମଳ ଓ ଗମନାଗମନ ଆଦି ପ୍ରସଙ୍ଗରେ ଆଲୋଚନା ହେବ । କରୋନା ସଂକ୍ରମଣ କମିଥିବାରୁ ଏଥର ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ହେବା ନେଇ ସୂଚନା ମିଳିଛି । ସ୍ନାନ ମଣ୍ଡପ ତଳେ ଛିଡ଼ା ହୋଇ ଭକ୍ତମାନେ କିଛି ସମୟ ପାଇଁ ମହାପ୍ରଭୁଙ୍କ ଦର୍ଶନ କରିବେ । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ହାତୀ ବେଶରେ ଭକ୍ତ ଦର୍ଶନ କରିବେ ।

Leave A Reply

Your email address will not be published.