ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମଙ୍କିପକ୍ସକୁ ନେଇ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ

0

କରୋନା ପରେ ଏବେ ବିଶ୍ବରେ ମଙ୍କିପକ୍ସ ଭୂତାଣୁ ନୂଆ ଆତଙ୍କ ସୃଷ୍ଟି କରିଛି । ୧୨ଟି ରାଷ୍ଟ୍ରରେ ଏହି ଭୂତାଣୁ ପହଞ୍ଚି ସାରିଥିବା ବେଳେ ବ୍ରିଟେନ୍‌ରେ ଏବେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ବ୍ରିଟେନ୍‌ ସ୍ବାସ୍ଥ୍ୟ ବିଭାଗ ଏହାକୁ ନେଇ ହାଇଆଲର୍ଟ ଜାରି କରିଛି। ଏଯାଏଁ ସାରା ବିଶ୍ୱରେ ଶହେରୁ ଅଧକ ମାମଲା ଚିହ୍ନଟ ହୋଇସାରିଲାଣି ।

ଏସବୁ ଭିତରେ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏଯାଏଁ ୧୨ଟି ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ବେଳେ ଏହା ଆଗକୁ ଅନ୍ୟ ଦେଶକୁ ବଢ଼ିବାର ଆଶଙ୍କା ରହିଥିବା ‘ହୁ’କହିଛି । ସଙ୍ଗଠନ କହିଛି ଯେ, ଏବେ ଅଧିକରୁ ଅଧିକ ଦେଶରେ ଅନୁଧ୍ୟାନ କରାଯାଉଛି, ତେଣୁ ଆଗକୁ ଅଧିକ ମାମଲା ସାମ୍ନାକୁ ଆସିବାର ଆଶଙ୍କା ରହିଛି । ଏବେ ୟୁରୋପିୟ ଦେଶରେ ଏହି ମଙ୍କି ପକ୍ସ ଚିହ୍ନଟ ହୋଇଛି । କେବଳ ସ୍ପେନରେ ୪୦ ଓ ପର୍ତୁଗାଲରେ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମଙ୍କିପକ୍ସ ବ୍ୟାପିବା ପ୍ରସଙ୍ଗରେ ଆଲୋଚନା ପାଇଁ ଜରୁରୀ ବୈଠକ ଡାକିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏହି ବୈଠକରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଶଗୁଡ଼ିକ ସାମିଲ ହେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ମଙ୍କିପକ୍ସ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ରୋଗର ସମ୍ଭାବ୍ୟ ଚିକତ୍ସା ଓ ଔଷଧ ପାଇଁ ଏବେ ବିଶେଷଜ୍ଞମାନେ ବିଚାରବିମର୍ଶ କରୁଥିବା ସେ ଜଣାଇଛନ୍ତି । ସେପଟ ଭାରତୀୟ ବିଶେଷଜ୍ଞମାନେ ସତର୍କ ରହିବାକୁ କହିଛନ୍ତି । ହେଲେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ଭାରତରେ ଏଯାଏଁ ମଙ୍କିପକ୍ସରେ କୌଣସି ମଣିଷ ସଂକ୍ରମିତ ହୋଇଥିବାର ମାମଲା ସାମ୍ନାକୁ ଆସି ନାହିଁ ।

Leave A Reply

Your email address will not be published.