ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ପ୍ରେମିକା ଘରୁ ମିଳିଲା ପ୍ରେମିକର ମୃତଦେହ

0

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଘଟିଛି ଏମିତି ଘଟଣା। ସାହୁପଡ଼ା ଗାଁରେ ଜଣେ ଯୁବତୀଙ୍କ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଯୁବତୀଙ୍କ ସମେତ ପରିବାରର ୫ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାଯାଇଛି।

ସୂର୍ଯ୍ୟକାନ୍ତଙ୍କର ପଡ଼ୋଶୀ ଘର ଝିଅ ସହ ପ୍ରେମ ସମ୍ପର୍କ ଥିଲା। ଆଜି ସକାଳେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ପ୍ରେମିକାଙ୍କ ଘର ସିଲିଂ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣା ଜଣାପଡ଼ିବା ପରେ ସୂର୍ଯ୍ୟକାନ୍ତଙ୍କ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ପୁଅକୁ ହତ୍ୟା କରି ଝୁଲାଇ ଦେଇଥିବା ସୂର୍ଯ୍ୟକାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରେମିକାର ଘର ବାହାରେ ସୂର୍ଯ୍ୟକାନ୍ତଙ୍କ ମଟକ ସାଇକେଲ ପଡ଼ିଛ। ଫରେନସିକ୍‌ ଟିମ୍‌ ପହଞ୍ଚିଲେ ମୃତଦେହ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି। ପ୍ରେମ ସଂପର୍କକୁ ନେଇ ଏଭଳି  ଘଟଣା ଘଟିଥାଇପାରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.