ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ପ୍ରେମିକା ଘରୁ ମିଳିଲା ପ୍ରେମିକର ମୃତଦେହ

0

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଘଟିଛି ଏମିତି ଘଟଣା। ସାହୁପଡ଼ା ଗାଁରେ ଜଣେ ଯୁବତୀଙ୍କ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଯୁବତୀଙ୍କ ସମେତ ପରିବାରର ୫ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାଯାଇଛି।

ସୂର୍ଯ୍ୟକାନ୍ତଙ୍କର ପଡ଼ୋଶୀ ଘର ଝିଅ ସହ ପ୍ରେମ ସମ୍ପର୍କ ଥିଲା। ଆଜି ସକାଳେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ପ୍ରେମିକାଙ୍କ ଘର ସିଲିଂ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣା ଜଣାପଡ଼ିବା ପରେ ସୂର୍ଯ୍ୟକାନ୍ତଙ୍କ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ପୁଅକୁ ହତ୍ୟା କରି ଝୁଲାଇ ଦେଇଥିବା ସୂର୍ଯ୍ୟକାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରେମିକାର ଘର ବାହାରେ ସୂର୍ଯ୍ୟକାନ୍ତଙ୍କ ମଟକ ସାଇକେଲ ପଡ଼ିଛ। ଫରେନସିକ୍‌ ଟିମ୍‌ ପହଞ୍ଚିଲେ ମୃତଦେହ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି। ପ୍ରେମ ସଂପର୍କକୁ ନେଇ ଏଭଳି  ଘଟଣା ଘଟିଥାଇପାରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.