ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ନାବାଳିକା ସହ ଦୁଷ୍କର୍ମ କରି ଗିରଫ ହେଲେ କନଷ୍ଟେବଳ

0

ଭୁବନେଶ୍ୱର: ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ କମିଶନରେଟ୍‌ ପୁଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି । ସେ ହେଲେ ରଜନୀକାନ୍ତ ଗମାଙ୍ଗୋ । ରଜନୀକାନ୍ତ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସର ଏକ ଥାନାରେ କାର୍ଯ୍ୟରତ ଅଛନ୍ତି । ତାଙ୍କୁ ଗିରଫ କରାଯିବା ପରେ କନଷ୍ଟେବଳ ପଦବୀରୁ ନିଲମ୍ବିତ କରାଯାଇଛି ।

ଚାଇଲ୍ଡ ଲାଇନ୍‌ ସୂଚନା ମୁତାବକ, ନାବାଳିକା ହେଉଛନ୍ତି ରଜନୀକାନ୍ତଙ୍କ ପଡ଼ୋଶୀଙ୍କ ସମ୍ପର୍କୀୟ ଝିଅ ଝିଲି(ଛଦ୍ମନାମ) । ବୟସ ମାତ୍ର ୧୬ ବର୍ଷ। ସେ ରାଜଧାନୀର ଏକ ସରକାରୀ କଲେଜରେ ଏକାଦଶ ଶ୍ରେଣୀର ଛାତ୍ରୀ । ଝିଲି ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିବା ବେଳେ ତାଙ୍କୁ ୧୩ ବର୍ଷ ବୟସ ହୋଇଥିଲା । ସେବେଠୁ ରଜନୀକାନ୍ତଙ୍କ ଲୋଲୁପ ଦୃଷ୍ଟି ତାଙ୍କ ଉପରେ ପଡି଼ଥିଲା ।

ଧୀରେ ଧୀରେ ରଜନୀକାନ୍ତଙ୍କ ହଇରାଣ ହରକତ ବଢ଼ିବାରେ ଲାଗିଲା । ଦିନେ ଝିଲିକୁ ନିଜ ଘରକୁ ଡାକି ଦୁଷ୍କର୍ମ କଲେ । ମୋବାଇଲ୍‌ ରଖି ଭିଡିଓ ବନାଇଥିଲେ । ଏହି ଭିଡିଓକୁ ସେ ବ୍ୟବହାର କରି ଝିଲିକୁ ବ୍ଲାକମେଲ୍‌ କରିବାକୁ ଲାଗିଲେ । ଝିଲି ଡରରେ କାହାରିକୁ କିଛି କହିପାରୁ ନଥିଲେ । ସପ୍ତାହେ ତଳେ ରଜନୀକାନ୍ତ ଭିଡିଓ ଡିଲିଟ୍‌ କରିବାକୁ ଝିଲିକୁ ୫୦ ହଜାର ଟଙ୍କା ମାଗିଲେ । ଯେତେବେଳେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ପୀଡ଼ିତା ନାବାଳିକା ଜଣଙ୍କ ଏନେଇ ପ୍ରଥମେ ଚାଇଲ୍ଡ ଲାଇନରେ ଅଭିଯୋଗ କରିଥିଲେ। ଚାଇଲ୍ଡ ଲାଇନର ସହଯୋଗରେ ନାବାଳିକା ଜଣଙ୍କ ମହିଳା ଥାନାରେ ଗତକାଲି ଏଫଆଇଆର ରୁଜୁ କରିଥିଲେ।

ଏହାପରେ ମହିଳା ଥାନା ଆଇଆଇସି ବେଶ କୌଶଳକ୍ରମେ ଅଭିଯୁକ୍ତକୁ ଡ୍ୟୁଟି ସ୍ଥଳରୁ ହିଁ ଆଜି ଗିରଫ କରିଥିଲେ। ଏଥିସହ ତା’ ଘର ରେଡ୍ କରି ଅଶ୍ଳୀଳ ଭିଡିଓ ପାଇଁ ବ୍ୟବହାର ହୋଇଥିବା ବୈଦ୍ୟୁତିକ ଯନ୍ତ୍ରକୁ ମଧ୍ୟ ଜବତ କରାଯାଇଛି। ରେଡ୍ ବେଳେ ଡିସିପି ଓ ଏସିପି ଜୋନ-୧ ପୂରା ଘଟଣା ଉପରେ ନଜର ରଖିଥିଲେ। ପୀଡ଼ିତାଙ୍କ ବୟାନ ୧୬୧ ଅନୁଯାୟୀ ଥାନାରେ ଓ ୧୬୪ ଅଧୀନରେ କୋର୍ଟରେ ରେକର୍ଡ କରାଯାଇଛି। ଏଥିସହ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯାଇଛି। ଅଭିଯୁକ୍ତକୁ ଗିରଫ କରିବା ପରେ ମହିଳା ଥାନ ପୁଲିସ୍ ତା’କୁ ଆଜି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.