ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ମଙ୍କିପକ୍ସ ପାଇଁ କେନ୍ଦ୍ର ସରକାର ଆଣିଲେ ମାର୍ଗଦର୍ଶିକା

0

ନୂଆଦିଲ୍ଲୀ: ବିଶ୍ୱରେ ଦୃତ ଗତିରେ ବ୍ୟାପିବା ଆରମ୍ବ କରିଛି ମଙ୍କିପକ୍ସ ସଂକ୍ରମଣ । ଏ ପର୍ଯ୍ୟନ୍ତ ବିଶ୍ୱର ୨୩ଟି ଦେଶରେ ବ୍ୟାପିସାରିଛି ଏହି ମାରାତ୍ମକ ଭୂତାଣୁ । ସାରା ବିଶ୍ୱରେ ମୋଟ ୨୫୭ ଜଣ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇସାରିଛନ୍ତି । ଏହାରି ଭିତରେ ମଙ୍କିପକ୍ସକୁ ନେଇ ନୂଆ ମାର୍ଗଦର୍ଶିକା ଜାରିକରିଛନ୍ତି କେନ୍ଦ୍ର ସରକାର । ମଙ୍କିପକ୍ସର ସମସ୍ତ ନମୁନାକୁ ନ୍ୟାସନାଲ ଇନ୍ଟଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଇବାକୁ କେନ୍ଦ୍ରଶାସିତ ଅଂଚଳ ଓ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଦୃତଗତିରେ ବ୍ୟାପୁଛି ମଙ୍କିପକ୍ସ ସଂକ୍ରମଣ । ଏହି ରୋଗ ମଣିଷରୁ ମଣିଷକୁ ସଂକ୍ରମିତ ହେଉଛି । ମଙ୍କିପକ୍ସ ରୋଗର ଲକ୍ଷଣ ଗୁଡିକ ହେଲା, ମୁଣ୍ଡ ବିନ୍ଧା ହେବା,ଘୋଳାବିନ୍ଧା ହେବା, ଦୁର୍ବଳ ଲାଗିବା ପରି ଲକ୍ଷଣ ଦେଖାଯାଉଛି । ଏହି ରୋଗ ଆକ୍ରାନ୍ତ ହେଲେ ରୋଗୀକୁ ତୁରନ୍ତ ସଙ୍ଗରୋଧରେ ରହିବାକୁ ପଡ଼ିବ । ରୋଗୀ ଯାହା ସଂସ୍ପର୍ଶରେ ଆସିବେ, ସେମାନଙ୍କୁ ମଧ୍ୟ ସଂଗରୋଧ କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହାସହ ତୁରନ୍ତ ହସ୍ପିଟାଲରେ ଭର୍ତି କରି ଚିକିତ୍ସାର ମଧ୍ୟ ଆବଶ୍ୟକତା ରହିଛି । ମଙ୍କିପକ୍ସ ସଂକ୍ରମଣ ଆରମ୍ଭରେ ଜ୍ୱର ଆସିପାରେ ବୋଲି କୁହାଯାଇଛି । ଏହି ଜ୍ୱର ତିନି ଦିନ ପର୍ଯ୍ୟନ୍ତ ରହିପାରେ । ପୁଷ୍ଟିହୀନତା ଦେଖାଯାଉଥିବା ଅଂଚଳରେ ଏହି ରୋଗ ବ୍ୟାପିବାର ବେଶି ଆଶଙ୍କା ରହିଛି ବୋଲି ଜଣାପଡିଛି । ତେଣୁ ମଙ୍କିପକ୍ସର କୌଣସି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଲେ, ଏନେଇ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଛି । ସେପଟେ ଅନେକ ଦେଶରେ ମଙ୍କିପକ୍ସ ବ୍ୟାପି ସାରିଥିବା ବେଳେ ଏଯାଏଁ ଭାରତରେ ଠାବ ହୋଇ ନାହିଁ ।

୨୩ଟି ଦେଶକୁ ବ୍ୟାପିସାରିଛି ମଙ୍କିପକ୍ସ । କିନ୍ତୁ ଭାରତରେ ଏଯାଏଁ ମଙ୍କିପକ୍ସ ଆକ୍ରାନ୍ତ ଠାବ ହୋଇନାହିଁ । ସେପଟେ ଭାରତ ସହ ଅନ୍ୟ ଦେଶକୁ ମଧ୍ୟ ଏହା ବ୍ୟାପିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁର୍ବରୁ ସତର୍କ କରିସାରିିଛି । କେନ୍ଦ୍ର ଗାଇଡଲାଇନ ପେର ରାଜ୍ୟ ସରକାର ଗୁଡିକ ମଧ୍ୟ ମଂକିପକ୍ସକୁ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.