ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଚଳିତବର୍ଷ ରଥଯାତ୍ରା ପାଇଁ ଗଡିବ ୪୦ ଟି ସ୍ବତନ୍ତ୍ର ଟ୍ରେନ୍

0

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଯାତ୍ରୀଙ୍କ ସୁବିଧାରେ ଆଗମନ ନିମନ୍ତେ ଚାଲିବ ୪୦ଟି ସ୍ୱତନ୍ତ୍ର ଟ୍ରେନ। ରଥଯାତ୍ରା ଠାରୁ ସୁନାବେଶ ମଧ୍ୟରେ ୧୩୭ଟି ଅତିରିକ୍ତ ଟ୍ରେନ୍ ଚଳାଚଳ କରିବ। ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକରେ ମୋଟ ୧୫୦ଟି ଅଧିକ କୋଚ୍ ଲାଗିବ। ଏଥିନିମନ୍ତେ ପୁରୀ ଷ୍ଟେଶନରେ ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟରର କରାଯିବ। ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ୫୦୦ ଆରପିଏଫ କର୍ମଚାରୀ ମୃତୟନ ରହିବେ। ଏନେଇ ଆଜି ଅନୁଷ୍ଠିତ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକରେ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀମାନ ଉପସ୍ଥିତ ରହି ରଥଯାତ୍ରା ଶୃଙ୍ଖଳାରେ କରିବା ନେଇ କରିଥିବା ପ୍ରସ୍ତୁତି ସମ୍ପର୍କରେ ଉଲ୍ଲେଖ କରିଥିଲେ।

ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବା ଆଶଙ୍କା କରି ଏହି ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ। ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୧୪ଟି ଆଶୁ ଚିକିତ୍ସା କେନ୍ଦ୍ର ଓ ୨୯ଟି ଆମ୍ବୁଲାନ୍ସ ମୃତୟନ କରାଯିବ। ମହାମାରୀ ନିରାକରଣ, ଜଳ ବିଶ୍ଳେଷଣଗାର ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ୬ଜଣ ଫୁଡ ଇନ୍ସପେକ୍ଟର ମୃତୟନ ହେବେ। ୨୩ଟି ପାର୍କିଂ ସ୍ଥଳ କରାଯିବ। ୭ଟି ଭ୍ରାମ୍ୟମାଣ ଟଏଲେଟର ବ୍ୟବସ୍ଥା କରାଯିବ। ବିଦ୍ୟୁତ ବିଭାଗ ପକ୍ଷରୁ ଜନଗହଳି ହେବାକୁ ଥିବା ବିଭିନ୍ନ ସ୍ଥାନରେ ୨୫୦ଟି ଏଲଇଡି ଲାଇଟ୍ ଲଗାଯିବ। ସାମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ୧୪ଟି ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ୱାଟର ପମ୍ପର ବ୍ୟବସ୍ଥା କରାଯିବ। ନିରବଚ୍ଛିନ୍ନ ପାନୀୟଜଳ ସେବା ଓ ସ୍ୱରେଜ ପରିଚାଳନା ନିମନ୍ତେ ୱାଟକୋ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯିବ। ଆରଡବ୍ଲୁଏସଏସ୍‌ ପକ୍ଷରୁ ୪୨୭ ଟି ନଳକୂପର‌ ବ୍ୟବସ୍ଥା ସହ ୩୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣ ହେବ ବୋଲି ସୂଚନା ଦିଆଯାଇଛି।

ବିଦ୍ୟୁତ ଯୋଗାଣ ବିଭାଗ ପକ୍ଷରୁ ତିନୋଟି ଗ୍ରୀଡ ଷ୍ଟେସନ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ହେବ। କୌଣସି ଅଭିଯୋଗ ପାଇଁ ୦୬୭୫୨-୨୨୩୫୨୧ କାର୍ଯ୍ୟ କରିବ। । ଆରଡବ୍ଲୁଏସଏସ୍‌ ପକ୍ଷରୁ ୪୨୭ ଟି ନଳକୂପର‌ ବ୍ୟବସ୍ଥା ସହ ୩୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣ ହେବ। ବିଦ୍ୟୁତ ଯୋଗାଣ ବିଭାଗ ପକ୍ଷରୁ ତିନୋଟି ଗ୍ରୀଡ ଷ୍ଟେସନ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ହେବ। କୈାଣସି ଅଭିଯୋଗ ପାଇଁ ୦୬୭୫୨୨୨୩୫୨୧ କାର୍ଯ୍ୟ କରିବ।

ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଆଇନଶୃଙ୍ଖଳା ଏଡିଜି ଆର.କେ.ଶର୍ମା ସୂଚନା ଦେଇଛନ୍ତି। ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବ ପୁଲିସ। ୨୦୨୨ ରଥଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ର ୱେବସାଇଟ ଓ ମୋବାଇଲ ଆପ୍ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ରଥ ମଣ୍ଡଣି କରିବା ନିମନ୍ତେ ଆବଶ୍ୟକ ୧୫୪୨ ମିଟର କନା ମଧ୍ୟରୁ ୮ଶହ ମିଟର ନାଲି କନା ଗୁଜୁରାଟର ଅହମଦାବାଦରୁ ଆସି ପହଞ୍ଚିଛି। ୨୨୦ଫୁଟ ଲମ୍ବ ବିଶିଷ୍ଟ ୧୨ଟି ରଥ ଦଉଡି ପହଞ୍ଚିଛି। ରଥଯାତ୍ରା ବେଳେ ପୁରୀ ପୌରପାଳିକା ସୀମା ମଧ୍ୟରେ ଆସୁଥିବା ସମସ୍ତ ଭକ୍ତଙ୍କ ପାଇଁ ଜୁଲାଇ ୧ରୁ ୧୩ ପର୍ଯ୍ୟନ୍ତ ଦୁର୍ଘଟଣା ଜନୀତ ବୀମା କରାଯାଇଛି।

ଆଗକୁ ରଥଯାତ୍ରା ଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୦ଟି ଡାକ୍ତରୀ ପଦବୀ ଖାଲି ପଡିଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ତେବେ ଖାଲି ପଦବୀ ମଧ୍ୟରୁ  ୧୫ଟି ପଦବୀ ପୂରଣ ହୋଇଥିବା ନେଇ ମେଡିକାଲ ଅଧିକାରୀ କହିଥିଲେ। ବୈଠକରେ ଆରଡିସି, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପୁରୀ, ବ୍ରହ୍ମଗିରି ଓ ସତ୍ୟବାଦୀ ବିଧାୟକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଆଇନ୍ ବିଭାଗ ପ୍ରମୁଖ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.