ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମଙ୍କିପକ୍ସ ପାଇଁ କେନ୍ଦ୍ର ସରକାର ଆଣିଲେ ମାର୍ଗଦର୍ଶିକା

0

ନୂଆଦିଲ୍ଲୀ: ବିଶ୍ୱରେ ଦୃତ ଗତିରେ ବ୍ୟାପିବା ଆରମ୍ବ କରିଛି ମଙ୍କିପକ୍ସ ସଂକ୍ରମଣ । ଏ ପର୍ଯ୍ୟନ୍ତ ବିଶ୍ୱର ୨୩ଟି ଦେଶରେ ବ୍ୟାପିସାରିଛି ଏହି ମାରାତ୍ମକ ଭୂତାଣୁ । ସାରା ବିଶ୍ୱରେ ମୋଟ ୨୫୭ ଜଣ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇସାରିଛନ୍ତି । ଏହାରି ଭିତରେ ମଙ୍କିପକ୍ସକୁ ନେଇ ନୂଆ ମାର୍ଗଦର୍ଶିକା ଜାରିକରିଛନ୍ତି କେନ୍ଦ୍ର ସରକାର । ମଙ୍କିପକ୍ସର ସମସ୍ତ ନମୁନାକୁ ନ୍ୟାସନାଲ ଇନ୍ଟଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଇବାକୁ କେନ୍ଦ୍ରଶାସିତ ଅଂଚଳ ଓ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଦୃତଗତିରେ ବ୍ୟାପୁଛି ମଙ୍କିପକ୍ସ ସଂକ୍ରମଣ । ଏହି ରୋଗ ମଣିଷରୁ ମଣିଷକୁ ସଂକ୍ରମିତ ହେଉଛି । ମଙ୍କିପକ୍ସ ରୋଗର ଲକ୍ଷଣ ଗୁଡିକ ହେଲା, ମୁଣ୍ଡ ବିନ୍ଧା ହେବା,ଘୋଳାବିନ୍ଧା ହେବା, ଦୁର୍ବଳ ଲାଗିବା ପରି ଲକ୍ଷଣ ଦେଖାଯାଉଛି । ଏହି ରୋଗ ଆକ୍ରାନ୍ତ ହେଲେ ରୋଗୀକୁ ତୁରନ୍ତ ସଙ୍ଗରୋଧରେ ରହିବାକୁ ପଡ଼ିବ । ରୋଗୀ ଯାହା ସଂସ୍ପର୍ଶରେ ଆସିବେ, ସେମାନଙ୍କୁ ମଧ୍ୟ ସଂଗରୋଧ କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହାସହ ତୁରନ୍ତ ହସ୍ପିଟାଲରେ ଭର୍ତି କରି ଚିକିତ୍ସାର ମଧ୍ୟ ଆବଶ୍ୟକତା ରହିଛି । ମଙ୍କିପକ୍ସ ସଂକ୍ରମଣ ଆରମ୍ଭରେ ଜ୍ୱର ଆସିପାରେ ବୋଲି କୁହାଯାଇଛି । ଏହି ଜ୍ୱର ତିନି ଦିନ ପର୍ଯ୍ୟନ୍ତ ରହିପାରେ । ପୁଷ୍ଟିହୀନତା ଦେଖାଯାଉଥିବା ଅଂଚଳରେ ଏହି ରୋଗ ବ୍ୟାପିବାର ବେଶି ଆଶଙ୍କା ରହିଛି ବୋଲି ଜଣାପଡିଛି । ତେଣୁ ମଙ୍କିପକ୍ସର କୌଣସି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଲେ, ଏନେଇ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଛି । ସେପଟେ ଅନେକ ଦେଶରେ ମଙ୍କିପକ୍ସ ବ୍ୟାପି ସାରିଥିବା ବେଳେ ଏଯାଏଁ ଭାରତରେ ଠାବ ହୋଇ ନାହିଁ ।

୨୩ଟି ଦେଶକୁ ବ୍ୟାପିସାରିଛି ମଙ୍କିପକ୍ସ । କିନ୍ତୁ ଭାରତରେ ଏଯାଏଁ ମଙ୍କିପକ୍ସ ଆକ୍ରାନ୍ତ ଠାବ ହୋଇନାହିଁ । ସେପଟେ ଭାରତ ସହ ଅନ୍ୟ ଦେଶକୁ ମଧ୍ୟ ଏହା ବ୍ୟାପିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁର୍ବରୁ ସତର୍କ କରିସାରିିଛି । କେନ୍ଦ୍ର ଗାଇଡଲାଇନ ପେର ରାଜ୍ୟ ସରକାର ଗୁଡିକ ମଧ୍ୟ ମଂକିପକ୍ସକୁ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.