ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ବିଧାୟକଙ୍କ ନାଁରେ ଥାନାରେ ଏତେଲା ଦେଲେ ପ୍ରେମିକା

0

ଜଗତସିଂହପୁର:ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକା ଦାଶଙ୍କ ପ୍ରେମ କାହାଣୀରେ ପୁଣି ନୂଆ ମୋଡ଼ ଆସିଛି। ଗତକାଲି ଦିନ ଭରି ଜଗତସିଂହପୁର ସବ୍‌ରେଜିଷ୍ଟ୍ରାରଙ୍କ ଦପ୍ତରରେ ସୋମାଲିକା ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ସୁଦ୍ଧା ବିବାହ ପାଇଁ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ନ ଆସିବାରୁ ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପ୍ରେମିକା ସୋମାଲିକା ଦାଶ। ଜଗତସିଂହପୁର ଥାନାରେ ସୋମାଲିକା ବିଜେଡି ବିଧାୟକଙ୍କ ନାଁରେ ଆଜି ଏତଲା ଦେଇଛନ୍ତି। ଏତଲାରେ ସୋମାଲିକା ବିଧାୟକଙ୍କ ନାଁରେ ଠକେଇ ଓ ପ୍ରତାରଣା କରିଥିବା ଦର୍ଶାଇଛନ୍ତି। ଏହାସହ ବିଧାୟକଙ୍କ ସଂପର୍କୀୟ ତାଙ୍କୁ ଧମକଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି।

bJD

ସୂଚନା ଥାଉକି: ଗତକାଲି ଜଗତସିଂହପୁର ସବ୍‌-ରେଜିଷ୍ଟ୍ରୀ କାର୍ଯ୍ୟାଳୟକୁ ବିଜେଡି ବିଧାୟକ କୋର୍ଟ ମ୍ୟାରେଜ କରିବାକୁ ଆସିନଥିଲେ। ବିଜୟ ଶଙ୍କର ନ ଆସିବାରୁ ପ୍ରାୟ ୩ ଘଣ୍ଟା ଅପେକ୍ଷା କରି ସୋମାଲିକା ଓ ତାଙ୍କ ପରିବାର ସଦସ୍ୟ ଘରକୁ ଫେରିଥିଲେ। ବିଜୟ ଶଙ୍କର ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଆସିନଥିବାରୁ ସୋମାଲିକା ଜଗତସିଂହପୁର ଥାନାରେ ତାଙ୍କ ନାଁରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିଜୟ ଶଙ୍କର ମୋତେ ଗତକାଲି ନ ଆସିବାକୁ ପୂର୍ବରୁ କିଛି କହିନଥିଲେ।

ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଗତ ମେ’ ୧୭ ତାରିଖରେ ବିଜୟ ଶଙ୍କର ଓ ସୋମାଲିକା ନିଜ ନିଜ ଓକିଲଙ୍କ ସହିତ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ସହିତ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ଉଭୟଙ୍କ ଆବେଦନକୁ ସବ୍‌-ରେଜିଷ୍ଟ୍ରାର ଗ୍ରହଣ କରି ୩୦ ଦିନ ସମୟ ଦେଇଥିଲେ। ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ଜୁନ ୧୭ ଅର୍ଥାତ ଗତକାଲି ବିବାହ ପଞ୍ଜୀକରଣ ଓ ସନ୍ଧ୍ୟାରେ ନିର୍ବନ୍ଧ ପାଇଁ ସ୍ଥିର ହୋଇଥିଲା।

Leave A Reply

Your email address will not be published.