ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଗିରଫ ହେଲେ ଅଶ୍ବିନୀ

0

ଜଳେଶ୍ଵର: ଗିରଫ ହେଲେ ଜଳେଶ୍ବର ବିଡିଓ ଅଶ୍ବିନି ଦାସ। କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହେବା ପରେ ଶେଷରେ ଭିଜିଲାନ୍ସ ତାଙ୍କ ଜଳେଶ୍ଵର ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ଵର ବିଡ଼ିଓଙ୍କ ଜଳେଶ୍ଵର ସ୍ଥିତ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ୬ଟି ଟିମ ଚଢାଉ କରିଥିଲେ। ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ ଜଣ ବଛାବଛା ଡିଏସପି,୯ ଜଣ ଇନ୍ସପେକ୍ଟରଙ୍କୁ ସାମିଲ କରାଯାଇଥିଲା। ଚଢାଉ ପାଇଁ ମଧ୍ୟ କଟକ ସ୍ଥିତ ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟ ମଧ୍ୟ ଓ୍ବାରେଣ୍ଟ ଜାରି କରିଥିଲେ। ଶ୍ରୀ ଦାସଙ୍କ କଟକ ସ୍ଥିତ ବୟାଳିଶ ମୌଜାର ଶ୍ରୀକ୍ରିଷ୍ଣା ବିହାରର ଝିଙ୍କିରିଆ ସ୍ଥିତ ବାସଭବନ, କଳାପଦ ସ୍ଥିତ ୩ ମହଲା କୋଠା, ବିଡ଼ିଓଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ କଟକ ଖପୁରିଆ ସ୍ଥିତ ଅଫିସ, କେନ୍ଦ୍ରାପଡ଼ା ସ୍ଥିତ ଶ୍ବଶୁର ଘର,ଜଳେଶ୍ଵର ବ୍ଲକରେ ଥିବା ବିଡ଼ିଓଙ୍କ ଅଫିସ ଓ ଜଳେଶ୍ଵର ସ୍ଥିତ ସରକାରୀ ବାସଭବନ ଉପରେ ଏକା ସମୟରେ ଚଢାଉ ଆରମ୍ଭ ହୋଇଥିଲା

ଚଢାଉ ସମୟରେ ଝିଙ୍କରିଆ ସ୍ଥିତ କୋଠାର ମୂଲ୍ୟ ୧.୧୦ କୋଟି, କାଳପଦା ସ୍ଥିତ ୩ ମହଲା କୋଠାର ମୂଲ୍ୟ ୧.୨୨ କୋଟି, କଟକ ଓ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ୨୪ ଟି ପ୍ଲଟ, କାଳପଦା ଠାରେ ଏକ ଇଟା କାରଖାନା, ବିଭିନ୍ନ ସ୍ଥାନରୁ ୩୩୦ ଗ୍ରାମର ସୁନା,୧.୧ କିଗ୍ରା ଓଜନର ରୂପା ଅଳଙ୍କାର,୪୧ ଲକ୍ଷ ଟଙ୍କା ମୂଲ୍ୟର ୪ ଟି ଦାମୀ ଗାଡ଼ି ଯଥା ସ୍କୋଡା-ରେପିଡ ଆକ୍ଟିଭା, ଇନୋଭା, ସ୍କୋର୍ଫିଓ ଏବଂ ନାନୋ ଗାଡି ଓ ୩ ଟି ଦୁଇ ଚକିଆ ଗାଡ଼ି ଭିଜିଲାନ୍ସ ଟିମ୍ ଠାବ କରିଛି। ସେହିପରି ନଗଦ ୧ ଲକ୍ଷ ୭୦ ହଜାର ୩୦୦ ଟଙ୍କା ମଧ୍ୟ ଜଳେଶ୍ଵର ସ୍ଥିତ ସରକାରୀ ବାସଭବନରୁ ଜବତ ହୋଇଛି। ଏସବୁ ଠାବ ପରେ ଜଳେଶ୍ଵର ସ୍ଥିତ ବାସଭବନରୁ ଶ୍ରୀ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି।

Leave A Reply

Your email address will not be published.