ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଛଅ ମାସରୁ ପାଞ୍ଚ ବର୍ଷ ପିଲାଙ୍କୁ କରୋନା ଟିକା

0

୬ ମାସରୁ ଉର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ କରୋନା ଟିକା । ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କରୋନା ଟିକା ଦେବା ପାଇଁ ଅନୁମତି ଦେଇଛି ଆମେରିକା। ଫାଇଜର ଓ ମଡର୍ଣ୍ଣା ଟିକା ପିଲାଙ୍କୁ ଦିଆଯିବ । ସିଡିସିର ଅନୁମତି ପରେ ଟିକାକରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଆସନ୍ତା ସପ୍ତାହରୁ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯାଇପାରେ ।

ପୂର୍ବରୁ ଫାଇଜର ଓ ମଡର୍ଣ୍ଣା ଟିକା ପିଲାଙ୍କୁ ଦେବା ପାଇଁ ଅନୁମତି ଦେଇଥିଲା ଏଫଡିଏ । ଆମେରିକାରେ କରୋନା ଟିକାକରଣ ଆରମ୍ଭ ହେବାର ପାଖାପାଖି ଦେଢ ବର୍ଷ ପରେ ପିଲାଙ୍କୁ ଟିକାକରଣ ପାଇଁ ଅନୁମତି ଦିଆଯାଇଛି । ଆମେରିକାରେ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପାଖାପାଖି ୧ କୋଟି ୮୦ ଲକ୍ଷ ପିଲା ରହିଛନ୍ତି । କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଖୁବ୍ ଶୀଘ୍ର ପିଲାଙ୍କୁ ଟିକା ଦିଆଯିବ ବୋଲି ସୂଚନା ଦେଇଥିଲେ ।

Leave A Reply

Your email address will not be published.