ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଆଜି ପୁଣି ଇଡିରେ ହାଜର ହେଲେ ରାହୁଲ

0

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ । ଆଜି ରାହୁଲ ଗାନ୍ଧୀ ଚତୁର୍ଥ ଥର ପାଇଁ ଇଡି ଜେରାକୁ ସାମନା କରିବାକୁ ଥିବାବେଳେ ଆଜି ଦେଶବ୍ୟାପୀ ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଛନ୍ତି କଂଗ୍ରେସ କର୍ମୀ ।

ଆଜି ରାହୁଲ ଗାନ୍ଧୀଙ୍କୁ ପୁଣି ଜେରା କରିବେ ଇଡି ଅଧିକାରୀ । ଏନେଇ ତାଙ୍କୁ ନୂଆ ସମନ ଜାରି ହୋଇଥିଲା । ସୂଚନା ମୁତାବକ, ଇଡି ଗତ ସୋମବାର ଠାରୁ ଲଗାତାର ୩ ଦିନ ପର୍ଯ୍ୟନ୍ତ ରାହୁଲଙ୍କୁ ପଚରାଉଚୁରା କରିଥିଲା । ଗତ ଶୁକ୍ରବାର ରାହୁଲଙ୍କୁ ଜେରା କରାଯିବାର ଥିଲା । କିନ୍ତୁ ରାହୁଲଙ୍କ ବ୍ୟକ୍ତିଗତ ସମସ୍ୟା ଥିବାରୁ ଏହା ହୋଇପାରିନଥିଲା । ପରେ ଇଡି ପକ୍ଷରୁ ତାଙ୍କୁ ନୂଆ ସମନ ଜାରି କରାଯାଇ ସୋମବାର ପଚରାଉଚୁରା ପାଇଁ ଡକାଯାଇଛି ।

ରାହୁଲ ଗାନ୍ଧୀଙ୍କୁ ଇଡିର ଅଧିକାରୀମାନେ ଏପର୍ଯ୍ୟନ୍ତ ପାଖାପାଖି ୩୦ ଘଣ୍ଟା ଧରି ଜେରା କରିଥିବାବେଳେ ସନ୍ତୋଷଜନକ ଉତ୍ତର ପାଇନଥିବାରୁ ପୁଣିଥରେ ଡକାଇଛନ୍ତି । ଇିଡି ଅଧିକାରୀମାନେ ରାହୁଲଙ୍କ ଗାନ୍ଧୀଙ୍କୁ ଗତ ସୋମବାର ୮ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ । ହେଲେ ରାହୁଲଙ୍କ ଠାରୁ ଆଶାନୁରୂପକ ଉତ୍ତର ମିଳିନଥିଲା ।

Leave A Reply

Your email address will not be published.