ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ଆଜି ପୁଣି ଇଡିରେ ହାଜର ହେଲେ ରାହୁଲ

0

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ । ଆଜି ରାହୁଲ ଗାନ୍ଧୀ ଚତୁର୍ଥ ଥର ପାଇଁ ଇଡି ଜେରାକୁ ସାମନା କରିବାକୁ ଥିବାବେଳେ ଆଜି ଦେଶବ୍ୟାପୀ ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଛନ୍ତି କଂଗ୍ରେସ କର୍ମୀ ।

ଆଜି ରାହୁଲ ଗାନ୍ଧୀଙ୍କୁ ପୁଣି ଜେରା କରିବେ ଇଡି ଅଧିକାରୀ । ଏନେଇ ତାଙ୍କୁ ନୂଆ ସମନ ଜାରି ହୋଇଥିଲା । ସୂଚନା ମୁତାବକ, ଇଡି ଗତ ସୋମବାର ଠାରୁ ଲଗାତାର ୩ ଦିନ ପର୍ଯ୍ୟନ୍ତ ରାହୁଲଙ୍କୁ ପଚରାଉଚୁରା କରିଥିଲା । ଗତ ଶୁକ୍ରବାର ରାହୁଲଙ୍କୁ ଜେରା କରାଯିବାର ଥିଲା । କିନ୍ତୁ ରାହୁଲଙ୍କ ବ୍ୟକ୍ତିଗତ ସମସ୍ୟା ଥିବାରୁ ଏହା ହୋଇପାରିନଥିଲା । ପରେ ଇଡି ପକ୍ଷରୁ ତାଙ୍କୁ ନୂଆ ସମନ ଜାରି କରାଯାଇ ସୋମବାର ପଚରାଉଚୁରା ପାଇଁ ଡକାଯାଇଛି ।

ରାହୁଲ ଗାନ୍ଧୀଙ୍କୁ ଇଡିର ଅଧିକାରୀମାନେ ଏପର୍ଯ୍ୟନ୍ତ ପାଖାପାଖି ୩୦ ଘଣ୍ଟା ଧରି ଜେରା କରିଥିବାବେଳେ ସନ୍ତୋଷଜନକ ଉତ୍ତର ପାଇନଥିବାରୁ ପୁଣିଥରେ ଡକାଇଛନ୍ତି । ଇିଡି ଅଧିକାରୀମାନେ ରାହୁଲଙ୍କ ଗାନ୍ଧୀଙ୍କୁ ଗତ ସୋମବାର ୮ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ । ହେଲେ ରାହୁଲଙ୍କ ଠାରୁ ଆଶାନୁରୂପକ ଉତ୍ତର ମିଳିନଥିଲା ।

Leave A Reply

Your email address will not be published.