ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ବଜ୍ରପାତରେ ଚାଲିଗଲା ୧୭ ଜଣଙ୍କ ଜୀବନ

0

ପାଟନା: ପ୍ରବଳ ବର୍ଷା ଓ ବଜ୍ରପାତରେ ଚାଲିଗଲା ୧୭ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରରେ। ଏଠାକାର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡଘଡି ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି।

ସୂଚନାନୁସାରେ, ବିହାରରେ ଗତ ୪ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଏଠାରେ ସ୍ଥିତି ସଙ୍ଗୀନ ହୋଇପଡିଛି। ଏହାସହ ବଜ୍ରପାତ ବି ଭୟ ବଢାଉଛି। ରବିବାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଘଟି ୧୭ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତରେ ଭାଗଲପୁରରୁ ୬, ବୈଶାଳୀରେ ୩, ଖଗାଡିଆରେ ୨, ବାଙ୍କାରେ ୨, କଟିହାରରେ ଜଣେ, ସହରସାରେ ଜଣେ, ମନ୍ଧେପୁରାରେ ଜଣେ ଓ ମୁଙ୍ଗେରରେ ଜଣେ ପ୍ରାଣ ହରାଇଛନ୍ତି । ସେପଟେ ବଜ୍ରପାତରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମବେଦନା ଜଣାଇଛନ୍ତି। ଏଥିସହ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

ପାଣିପାଗ ବିଭାଗର କହିବାନୁସାରେ, ଜୁନ ୧୩ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିହାର ଛୁଇଁଥିଲା। ଆଗକୁ ବର୍ଷା ବଢିବା ସହ ବଜ୍ରପାତର ସମ୍ଭାବନା ମଧ୍ୟ ରହିଛି। ଏଥିପାଇଁ ବିଭାଗ ପକ୍ଷରୁ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ପବନ ଓ ବର୍ଷା ଯୋଗୁ ବିହାରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ଠପ ହୋଇଯାଇଛି। ବିଦ୍ୟୁତ ଯୋଗୁ ଦକ୍ଷିଣ ବିହାରରେ ଅଧିକ ଅସୁବିଧା ଉପୁଜିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Leave A Reply

Your email address will not be published.