ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ୱାସିଂଟନ ଡିସିରେ ଗୁଳିମାଡ, ଜଣେ ମୃତ ଅନେକ ଆହତ

0

ୱାସିଂଟନ : ଆମେରିକାରେ ପୁଣି ଗୁଳି ମାଡ଼ । ରାଜଧାନୀ ୱାଶିଂଟନ୍ ଡିସିରେ ଗୁଳିମାଡ ହୋଇଛି । ଗୁଳିମାଡରେ ଜଣେ ୧୫ ବର୍ଷୀୟ ନାବାଳକର ମୃତ୍ୟୁ ହେଇଥିବା ଜଣାପଡ଼ିଛି । ସେହିପରି ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି । ସ୍ଥାନୀୟ ମିଡିଆର ସୂଚନା ଅନୁସାରେ ହ୍ୱାଇଟ୍ ହାଉସରେ ଅତି ନିକଟରେ ଏହି ଗୁଳିମାଡ଼ ହୋଇଛି ।

ସୂଚନାଅନୁସାରେ ୱାଶିଂଟନ୍ ଡିସିରେ ଏକ ମ୍ୟୁଜିକ୍ କନ୍ସର୍ଟ ଚାଲିଥିବା ବେଳେ ଗୁଳିମାଡ଼ ହୋଇଥିଲା । ପୁଲିସ ଆକ୍ରମଣକାରୀଙ୍କ ଉପରେ ପାଲଟ ଆକ୍ରମଣ କରିଥିଲା । ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣା ପରେ ପୋଲିସ ପକ୍ଷରୁ ଆମେରିକାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ସହ ଆମେରିକାରେ ଅନ୍ୟ ଯେଉଁସ୍ଥାନରେ କନସର୍ଟ ହେବାର ଥିଲା ସେ ସବୁ ସ୍ଥାନରେ ଆକ୍ରମଣକାରୀଙ୍କୁ ଖୋଜୁଛି ପୋଲିସ । ଆମେରିକାରେ କିଛି ଦିନ ମଧ୍ୟରେ ଏକାଧିକ ଥର ଗୁଳିମାଡ ହୋଇ ସାରିଲାଣି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

Leave A Reply

Your email address will not be published.