ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଚଳଚ୍ଚିତ୍ର ଅଭିନେତା ରାଇମୋହନଙ୍କ ଦେହାନ୍ତ

0

ଭୁବନେଶ୍ବର; ଓଡିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନଙ୍କ ଦେହାନ୍ତ । ରାଇମୋହନ ପରିଡା ଆତ୍ମହତ୍ୟା କରିଥିବା ସୂଚନା । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ ତନାଘନା କରୁଛି ଟିମ୍ ।ତାଙ୍କର ଆତ୍ମହତ୍ୟା ଖବର ମିଳିବା ପରେ ଓଲିଉଡ ଜଗତ ଶୋକ ସାଗରରେ ବୁଡ଼ି ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବୟସ ହୋଇଥିଲା। ତାଙ୍କର ମୃତ୍ୟୁ ପରେ ସିନେମା ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଛି।

୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ ପରିଡା । ରାଇମୋହନ ଥିଲେ କେନ୍ଦୁଝର ନିବାସୀ । ସେ ଭୁବନେଶ୍ୱରେ ଆସି ରହୁଥିଲେ । ତାଙ୍କର ଦୁଇ ଝିଅ ଅଛନ୍ତି । ରାଇମୋହନଙ୍କର ମୃତ୍ୟୁ ଖବର ପ୍ରଘଟ ହେବା ପରେ ତାଙ୍କ ବାସଭବନରେ ଲୋକଙ୍କ ଭିଡ଼ ଜମିଛି।

ଉଭୟ ଯାତ୍ରା ଓ ସିନେମାରେ ରାଇମୋହନ ଜଣେ ଚର୍ଚ୍ଚିତ ଖଳନାୟକ ରୂପରେ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ୯୦ରୁ ଅଧିକ ଓଡ଼ିଆ ସିନେମା ଓ ୧୫ରୁ ଅଧିକ ବଙ୍ଗଳା ସିନେମାରେ ସେ ଅଭିନୟ କରିଛନ୍ତି। ସିଂହ ବାହିନୀ, ସୁନା ଭାଉଜ ଓ ମେଣ୍ଟାଲ ଚଳଚ୍ଚିତ୍ର ତାଙ୍କ ଅଭିନୟ କ୍ୟାରିଅରର ମାଇଲ୍‌ ଖୁଣ୍ଟ ଥିଲା। ୧୯୯୧ ମସିହାରେ ବସ୍ତ୍ର ହରଣ, ୧୯୯୨ ନାଗ ପଞ୍ଚମୀ, ୧୯୯୫ ମସିହାରେ ରଣଭୂମି, ମଣି ନାଗେଶ୍ବରୀ, ୧୯୬୪ ମସିହାରେ ରଖିଲେ ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୯ ମସିହାରେ ସରପଞ୍ଚ ବାବୁ, ୨୦୦୪ ମସିହାରେ କଣ୍ଢେଇ ଆଖିରେ ଲୁହ, ୨୦୦୩ ରେ ଯେ ପାଞ୍ଚେ ପର ମନ୍ଦ, ୨୦୦୨ ରେ ସେହି ଝିଅଟି, ପୁଅ ମୋର ଜଗତ ଜିତା, ଚକା ଆଖିସବୁ ଦେଖୁଛି, ୨୦୦୭ ମସିହାରେ କାଳିଆ ଶଙ୍କର ଆଦି ସିନେମାରେ ସେ ନିଖୁଣ ଅଭିନୟ କରିଛନ୍ତି।

Leave A Reply

Your email address will not be published.